ପୁଣି ସୋସିଆଲ ମିଡିଆରେ ପୋଷ୍ଟ୍‍ ସେୟାର କଲେ ରିଷଭ୍‌ ପନ୍ତ, କହିଲେ, ‘ଯାହା ଆପଣଙ୍କ କଣ୍ଟ୍ରୋଲରେ ନାହିଁ…’

ଭାରତର ଷ୍ଟାର୍‌ ଓ୍ଵିକେଟକିପର ବ୍ୟାଟ୍ସମ୍ୟାନ ରିଷଭ୍‌ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ନାମ ଅନେକ ଦିନରୁ ଚର୍ଚ୍ଚାରେ ରହି ଆସିଛି। ଏବେ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବିବାଦ ଚାଲିଛି। ଏହା ମାଧ୍ୟମରେ ଦୁହେଁ ଦୁହିଁଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି।

ଇତି ମଧ୍ୟରେ କ୍ରିକେଟର ରିଷଭ୍‌ ପନ୍ତ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ପୁଣି ଏକ ଷ୍ଟୋରୀ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି କି, ‘ଯେଉଁ ଜିନିଷକୁ ଆପଣ କଣ୍ଟ୍ରୋଲ କରି ପାରିବେ ନାହିଁ, ତାହା ଉପରେ ବଳ ଲଗାନ୍ତୁ ନାହିଁ’। ଏବେ ପନ୍ତଙ୍କ ଏହି ଷ୍ଟୋରୀର ସ୍କ୍ରିନ୍‌ଶଟ୍‌ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ରିଷଭ୍‌ଙ୍କ ଏହି ପୋଷ୍ଟକୁ ତାଙ୍କ ଫ୍ୟାନ୍‌ମାନେ ଉର୍ବଶୀଙ୍କ ପାଇଁ କଡ଼ା ଜବାବ ବୋଲି କହିଛନ୍ତି। କିଛି ଦିନ ତଳେ ଉର୍ବଶୀ ରୌତେଲା ଟ୍ଵିଟରରେ ଲେଖିଥିଲେ, ‘ଛୋଟୁ ଭୈୟାକୁ ବ୍ୟାଟ୍‌ ବଲ୍‌ ଖେଳିବା ଉଚିତ୍‌। ମୁଁ କୌଣସି ମୁନ୍ନି ନୁହେଁ, ଯିଏ ତୁମ ପାଇଁ ବଦନାମ ହୋଇଯିବ’।

rishav2
photo: Zee News

ଏହି କାରଣରୁ ହୋଇଥିଲା ବିବାଦ

ନିକଟରେ ଉର୍ବଶୀ ରୌତେଲାଙ୍କ ଏକ ଇଣ୍ଟରଭ୍ୟୁର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେଥିରେ ଉର୍ବଶୀ ‘ମିଷ୍ଟର ଆର୍ପି’ ନାଁ ବାରମ୍ବାର ଧରିବା ସହିତ ଉଭୟଙ୍କ ଭିତରେ ସମ୍ପର୍କ ଭାଙ୍ଗିବାର ପୂରା କାହାଣୀ ବଖାଣିଥିଲେ। ଏହାପରେ ସୋସିଆଲ ମିଡିଆରେ ଦାବି କରାଯାଇଥିଲା କି, ମିଷ୍ଟର ଆର୍ପି ଆଉ କେହି ନୁହଁନ୍ତି, ବରଂ ରିଷଭ୍ ପନ୍ତ। ଏହା ପରେ ପରେ ରିଷଭ୍ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଉର୍ବଶୀଙ୍କୁ କଡ଼ା ଜବାବ ଦେଇଥିଲେ। ଯଦିଓ ଏହାର କିଛି ମିନିଟ୍ ପରେ ସେ ଏହାକୁ ଡିଲିଟ୍ କରି ଦେଇଥିଲେ।

ଇନ୍‌ଷ୍ଟାଗ୍ରାମରେ ରିଷଭ୍ ଲେଖିଥିଲେ ଯେ ‘କିଛି ଲୋକ ଇଣ୍ଟରଭ୍ୟୁରେ କେବଳ ମଜା ପାଇଁ ମିଛ କହି ଦିଅନ୍ତି, ଯେପରି ଅଲଗା ଅଲଗା ହେଡ୍‌ଲାଇନ୍‌ ମିଳି ପାରିବ ଏବଂ ସେମାନେ ନ୍ୟୁଜ୍‌ରେ ରହି ପାରିବେ। ଦୁଃଖ ଲାଗିଥାଏ, ଲୋକେ ଫେମ୍ ପାଇଁ ଏତେ ଭୋକିଲା କେମିତି ଅଛନ୍ତି’।

ରିଷଭ୍ ପନ୍ତ ଉର୍ବଶୀ ରୌତେଲାଙ୍କ ଉପରେ କ୍ରୋଧ ପ୍ରକାଶ କରି କହିଥିଲେ, ‘ମୋ ପିଛା ଛାଡ଼ିଦିଅ ଭଉଣୀ। ମିଛର ବି କିଛି ସୀମା ଥାଏ’। ତେବେ ମିଡିଆ ରିପୋର୍ଟରେ ଦାବି କରାଯାଉଛି କି, ପୂର୍ବରୁ ପନ୍ତ ଓ ଉର୍ବଶୀ ରିଲେସନଶିପ୍‌ରେ ଥିଲେ। ୨୦୧୯ରେ ରିଷଭ୍ ପନ୍ତ ଓ ଉର୍ବଶୀ ରୌତେଲାଙ୍କୁ ଜୁହୁର ଏକ ହୋଟେଲରେ ଲେଟ୍ ନାଇଟ୍ ଡିନର ଡେଟ୍‌ରେ ଯାଉଥିବାର ଦେଖାଯାଇଥିଲା। ଏହାପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.