ହଂକଂ ବିପକ୍ଷରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି ରୋହିତ ଶର୍ମା, ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ !

ଭାରତୀୟ ଟିମ୍‌ ଏସିଆ କପ୍‌ରେ ପାକିସ୍ତାକୁ ଧୂଳି ଚଟାଇଛି। ବିଜୟ ଅଭିଯାନ ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆର ଆରମ୍ଭ ହୋଇଛି। ପାକିସ୍ତାନକୁ ୫ ଓ୍ଵିକେଟରେ ମାତ୍‌ ଦେଇ ପରାଜୟର ଦ୍ୱାର ଦେଖାଇଥିଲା ଟିମ୍‌ ଇଣ୍ଡିଆ । ତେବେ ଏହାପରେ ଟିମ୍‌ ଇଣ୍ଡିଆ ଆସନ୍ତାକାଲି ହଂକଂ ବିପକ୍ଷରେ ମାଚ୍‌ ଖେଳିବ। ଏହି ମ୍ୟାଚ ଜିତି କ୍ୱାଲିଫାଏ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଚେଷ୍ଟା କରିବ। ଏପରିସ୍ଥଳେ ଖରାପ ଫର୍ମରେ ଥିବା ଅନେକ ଖେଳାଳିଙ୍କୁ ସମ୍ଭାବ୍ୟ ଏକାଦଶରୁ ବାଦ୍‌ ଦିଆଯାଇପାରେ।

ଭାରତ ପାଇଁ ଓପନିଂ ରୋହିତ-ରାହୁଲ କରିପାରନ୍ତି। ପ୍ରଥମ ମ୍ୟାଚରେ କେଏଲ୍‌ ରାହୁଲ ୦ ରନରେ ଆଉଟ୍‌ ହୋଇ ଫ୍ୟାନ୍ସଙ୍କୁ ନିରାଶ ହୋଇଥିଲେ। ଅଧିନାୟକ ରୋହିତ ଶର୍ମା ପୁରୁଣା ଲୟରେ ନଜର ଆସିଛନ୍ତି। ୩ ନଂରେ ବିରାଟ କୋହଲି ବ୍ୟାଟିଂ କରିବା ସୁନିଶ୍ଚିତ। ପାକିସ୍ତାନ ବିପକ୍ଷରେ ଭଲ ଖେଳିଥିଲେ ବିରାଟ। କିନ୍ତୁ ବଡ ଇନିଂସ ଖେଳିପାରିନଥିଲେ। ହଂକଂ ବିପକ୍ଷରେ ନିଜ ପୁରୁଣା ଫର୍ମକୁ ଫେରିବାକୁ କୋହଲି ଚେଷ୍ଟା କରିବେ।

ମଧ୍ୟକ୍ରମର ଦାୟିତ୍ୱ ରବିନ୍ଦ୍ର ଜାଡେଜାଙ୍କୁ ମିଳିପାରେ। ତେବେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ସୁଯୋଗ ମିଳିପାରେ। ପାକିସ୍ତାନ ବିପ୪ରେ ସୂର୍ଯ୍ୟ କୁମାର ଭଲ ସ୍କୋର କରିପାରିନଥିଲେ। ତେବେ ବ୍ୟାଟିଂକୁ ସୁଦୃଢ କରିବା ପାଇଁ ଅଧିନାୟକ ରୋହିତ ଆଭେଶ ଖାନଙ୍କ ବଦଳରେ ଋଷଭ ପନ୍ତଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିପାରନ୍ତି । ସେ ଏକାଦମରେ ମ୍ୟାଚ୍ ଜିତାଇବାକୁ ସକ୍ଷମ ଅଟନ୍ତି । ଏହାସହ ମ୍ୟାଚ୍ ଶେଷ କରିବା ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ଓ ରବୀନ୍ଦ୍ର ଜାଡେଜାଙ୍କ କାନ୍ଧରେ ରହିବ ।

ହଂକଂ ବିପକ୍ଷରେ ଅଧିନାୟକ ରୋହିତ ଦୁଇ ଦ୍ରୁତ ବୋଲରଙ୍କ ସହ ପଡିଆକୁ ଓହ୍ଲାଇପାରନ୍ତି । ଏଥିରେ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଖେଳିବା ନିଶ୍ଚିତ । ସେହିପରି ୟୁଜବେନ୍ଦ୍ର ଚହଲ ମଧ୍ୟ ଖେଳିପାରନ୍ତି । ପଞ୍ଚମ ବୋଲରଙ୍କ ଅଭାବ ରବୀନ୍ଦ୍ର ଜାଡେଜା ପୂରଣ କରିପାରନ୍ତି । ତେବେ ରୋହିତ ଆଭେଶ ଖାନଙ୍କ ବିରୋଧରେ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ଦେଇପାରନ୍ତି ।

ଟିମ୍‌ ଇଣ୍ଡିଆ ସମ୍ଭାବ୍ୟ ଏକାଦଶ : ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଋିଷଭ ପନ୍ତ।

Also Read : ଖୁବଶୀଘ୍ର ବାହା ହୋଇପାରନ୍ତି ସାରା ! ଇନଷ୍ଟା ଭିଡିଓରେ ଦେଲେ ସଂକେତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.