ଆଜିଠୁ ବାରବାଟୀ କାଉଣ୍ଟରରେ ଲିଲେଣ୍ଡ୍ସ ଲିଗ୍ କ୍ରିକେଟ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

କଟକ(କେନ୍ୟୁଜ୍): ଆସନ୍ତା ୨୬ରୁ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍। ଏଥି ପାଇଁ ଆଜି ସକାଳ ୧୦ଟାରୁ କାଉଣ୍ଟର‌୍‌ରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି। ଏ ନେଇ ଓଡ଼ିଶା କ୍ରିକେଟ୍‌ ସଂଘ ସଂପାଦକ ସଂଜୟ ବେହେରା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଥିଲେ।

ଦର୍ଶକଙ୍କ ପାଇଁ ୧୨ ନମ୍ବର ଗେଟ୍ ନିକଟସ୍ଥ କାଉଣ୍ଟର୍‌ରେ ମୋଟ ୮୪୨୧ଟି ଟିକେଟ୍ ବିକ୍ରି କରାଯିବ। ୨ ନମ୍ବର ଗ୍ୟାଲେରି ପାଇଁ ୩୭୩୯ ଓ ୪ ନମ୍ବର ଗ୍ୟାଲେରି ପାଇଁ ୪୨୩୨ଟି ଟିକେଟ୍ ବିକ୍ରି କରାଯିବ। ଏହି ଟିକେଟର ମୂଲ୍ୟ ମଧ୍ୟ ୩୫୦ ଟଙ୍କା ରଖାଯାଇଛି। ଏହାବ୍ଯତିତ କ୍ଲବ୍ ହାଉସ୍ ପାଇଁ ୩୫୦ ଟିକେଟ୍ ବିକ୍ରି କରାଯିବ। ଏହାର ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। କର୍ପୋରେଟ୍ ବକ୍ସ ୯ ଓ ୧୦ ପାଇଁ ୬୦ଟି ଟିକେଟ୍ ବିକ୍ରି ହେବାକୁ ଥିବାବେଳେ ଏହାର ମୂଲ୍ୟ ୪୮୦୦ ଟଙ୍କା ରଖାଯାଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.