ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟେବୁଲ ଟେନିସରେ ସ୍ବର୍ଣ୍ଣ ପଦକ ଜିତିଲେ ଶରତ କମଲ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଟେବୁଲ ଟେନିସ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଶରତ କମଳ | କହିବାକୁ ଗଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଥିଲା | ଶରତଙ୍କ ବ୍ୟତୀତ ପିଭି ସିନ୍ଧୁ ଓ ଲକ୍ଷ ସେନ ବ୍ୟାଡ୍ମିଣ୍ଟନ ସିଂଗଲସରେ ସ୍ବର୍ଣ୍ଣ ଜିତିଥିବା ବେଳେ ବ୍ୟାଡ୍ମିଣ୍ଟନ ଡବଲ୍ସରେ ଚିରାଗ ଓ ସାତ୍ତ୍ଵିକ ସାଇରାଜଙ୍କୁ ମଧ୍ୟ ସ୍ବର୍ଣ୍ଣ ମିଳିଛି |

ସିନ୍ଧୁ କାନାଡାର ମିଚେଲ ଲିଙ୍କୁ ୨-୦ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି ମାଲେସିୟା ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨-୧ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଲକ୍ଷ ସେନ୍‌ । ଏହାକୁ ମିଶାଇ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି । ପଦକ ତାଲିକାର ୪ ନମ୍ବର ସ୍ଥାନକୁ ଉଠିଛି ଭାରତ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୫୭ରେ ପହଞ୍ଚିଛି । ଏହା ମଧ୍ୟରେ ୨୦ଟି ସ୍ୱର୍ଣ୍ଣ, ୧୫ଟି ରୌପ୍ୟ ଓ ୨୨ଟି ବ୍ରୋଞ୍ଜ ପଦକ ରହିଛି । କୁସ୍ତିରେ ଭାରତକୁ ସର୍ବାଧିକ ୧୨ଟି ପଦକ ମିଳିଛି । ଏଥିରେ ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ରହିଛି । ସେହିପରି ଭାରୋତ୍ତୋଳନରେ ଭାରତୀୟ ଖେଳାଳିମାନେ ୧୦ଟି ପଦକ ଜିତିଛନ୍ତି ।ଏଥିରେ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ମେଡାଲ ରହିଛି । ବକ୍ସିଂରେ ମଧ୍ୟ ୭ଟି ପଦକ ଜିତିଛନ୍ତି ଭାରତୀୟ ଖେଳାଳି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.