ସିରିଜ ଜିତିବା ପରେ ରୋହିତ ଶର୍ମାଙ୍କୁ ସାମ୍ପେନରେ ଗାଧେଇଦେଲେ ରିଷଭ ପନ୍ତ, ଫଟୋ ଭାଇରଲ

ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ଇତିହାସ ରଚିଛି। ଦିନିକିଆ ସିରିଜରେ କବଜା କରିବା ପରେ ବିଜୟ ଉତ୍ସବ ପାଳନ କରିଛି ଇଣ୍ଡିଆ। ମାଞ୍ଚେଷ୍ଟରରେ ୨୦୧୯ରେ ପରାଜୟ କରିଥିବା ମ୍ୟାଚର ପ୍ରତିଶୋଧ ନେଇଛି। ଟିମ୍‌ ଇଣ୍ଡିଆ ଦିନିକିଆ ସିରିଜ ଜିତିବା ପରେ ସ୍ୱତନ୍ତ୍ର ଅନ୍ଦାଜରେ ସେଲିବ୍ରେସନ କରିଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଇଂଲଣ୍ଡ ମାଟିରେ ୨-୧ରେ ସିରିଜ ବିଜୟ ଲାଭ କରିଛି ଟିମ୍‌ ଇଣ୍ଡିଆ। ରୋହିତ ଶର୍ମା ସିରିଜ ଜିତିବା ପରେ ଟ୍ରଫି ନିଜେ ନ ଉଠାଇ ଯୁବ ବୋଲର ଅର୍ଶଦୀପ ସିଂଙ୍କୁ ସୁଯୋଗ ଦେଇଥିଲେ। ମ୍ୟାଚ ଜିତିବା ପରେ ଟିମ୍‌ ଇଣ୍ଡିଆ ଖେଳାଳି ରୋହିତ ଶର୍ମାଙ୍କ ସହିତ ମିଶି ସାମ୍ପେନ ବୋତଲ ଖୋଲିବା ଗାଧୋଇଥିଲେ। ରିଷଭ ପନ୍ତ ରୋହିତଙ୍କ ଉପରେ ସାମ୍ପେନ ବର୍ଷା କରିଥିଲେ।

ଏହି ସେଲିବ୍ରେସନରେ ବିରାଟ କୋହଲି ମଧ୍ୟପଛରେ ପଡିନଥିଲେ। ବିରାଟ କୋହଲି ଏକ ବଡ ବୋତଲ ଉଠାଇ ସମସ୍ତ ଖେଳାଳିଙ୍କୁ ସାମ୍ପେନରେ ଗାଧୋଇ ଦେଲେ। ଶିଖର ଧଓ୍ଵନ ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଭାବିଦାରୀ ହୋଇଥିଲେ।
ଟିମ୍‌ ଇଣ୍ଡିଆ ଶେଷ ଦିନିକିଆ ମ୍ୟାଚରେ ୫ ଓ୍ଵିକେଟ ହରାଇ ସିରିଜକୁ ୨-୧ରେ ବାଜି ମାରିନେଇଥିଲା। ଟିମ୍‌ ଇଣ୍ଡିଆ ଇଂଲଣ୍ଡ ମାଟିରେ ୮ ବର୍ଷ ପରେ ଦିନିକିଆ ସିରିଜ ଜିତିଛି।

ପ୍ରଥମେ ଭାରତ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଭାରତର ଚମତ୍କାର ବୋଲିଂ ଆଗରେ ଧରାଶାୟୀ ହୋଇପଡ଼ିଥିଲା ଇଂଲଣ୍ଡ ଟିମ୍‌ । ୪୫.୫ ଓଭରରେ ସମସ୍ତ ୱିକେଟ ହରାଇ ଇଂଲଣ୍ଡ ମାତ୍ର ୨୫୯ ରନ୍‌ କରିପାରିଥିଲା । ଇଂଲଣ୍ଡ ପ୍ରାରମ୍ଭରୁ ଲଗାତାର ଦୁଇଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା ।

ମାଞ୍ଚେଷ୍ଟର ଏହି ମଇଦାନରେ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ବହୁତ ଖରାପ ରହିଛି। ଏହି ମଇଦାନରେ ଟିମ୍‌ ଇଣ୍ଡିଆ ୧୧ଟି ଦିନିକିଆମ୍ୟାଚ ଖେଳିଛି, ଯେଉଁଥିରେ ୫ଟି ମ୍ୟାଚ ଜିତିଛି ଏବଂ ୬ଟି ମ୍ୟାଚ ହାରିଛି। ଇଂଲଣ୍ଡ ବିପକ୍ଷରେ ଏହି ମଇଦାନରେ ୪ଟି ମ୍ୟାଚ ଖେଳାଯାଇଛି। ଟିମ୍‌ ୧ ଟି ମ୍ୟାଚ ଜିତିଥିବା ବେଳେ ୩ଟି ମ୍ୟାଚ ହାରିଛି। ୨୨ ଜୁନ୍‌ ୧୯୮୩ରେ ଟିମ୍‌ ମ୍ୟାଚ ଜିତିଥିଲା। ଇଂଲଣ୍ଡ ମାଟିରେ ଟିମ୍‌ ଇଣ୍ଡିଆ ୨-୨ରେ ଟେଷ୍ଟ ସିରିଜ, ୨-୧ରେ ଟି-୨୦ ସିରିଜ ଏବଂ ୨-୧ରେ ଦିନିକିଆ ସିରିଜ ଜିତିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.