ଆଜି ୱେଲିଂଟନରେ ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦, ଲଗାତର ୩ଟି ମ୍ୟାଚ୍‌ ଜିତି ସିରିଜ କବଜା କରିସାରିଛି ବିରାଟ ବାହିନୀ

ଆଜି ୱେଲିଂଟନରେ ଖେଳାଯିବ ଭାରତ- ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦ । ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ୩ଟି ମ୍ୟାଚ୍ ଲଗାତର ଭାବେ ଜିତି ଭାରତ, ନ୍ୟୁଜିଲାଣ୍ଡରେ ସିରିଜ କବଜା କରିବାର ଇତିହାସ ସୃଷ୍ଟି କରିସାରିଛି । ଆଜି ଭାରତ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ସେପଟେ ଘରୋଇ ନ୍ୟୁଜିଲାଣ୍ଡ ସମ୍ମାନ ବଞ୍ଚାଇବାକୁ ଉଦ୍ୟମ କରିବ । ପ୍ରଥମ ଟି-୨୦କୁ ଭାରତ ୬ ୱିକେଟରେ ଜିତିଥିବାବେଳେ, ଦ୍ୱିତୀୟ ଟି-୨୦କୁ ୭ ୱିକେଟରେ ଜିତିଥିଲା । ତୃତୀୟ ଟି-୨୦ରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର । ଏପରିକି ମ୍ୟାଚ୍‌ର ଫଳାଫଳ ଆସିଥିଲା ସୁପର ଓଭରରେ । ଯେଉଁଥିରେ ଭାରତ ହିଁ ବିଜୟୀ ହେବାସହ ସିରିଜ କବଜା କରିଥିଲା । ଆଜିର ମ୍ୟାଚ୍ ଭାରତ ପାଇଁ କେବଳ ଏକ ଔପଚାରିକତା ହୋଇ ରହିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.