ଆଜି ନ୍ୟୁଜଲାଣ୍ଡ ସହ ଭାରତର ପ୍ରଥମ T-20 ମୁକାବିଲା, ଇଡେନ ପାର୍କରେ ଖେଳାଯିବ ଏହି ମ୍ୟାଚ୍

ଆଜି ନ୍ୟୁଜଲାଣ୍ଡ ସହ ଭାରତର ପ୍ରଥମ ଟି-୨୦ ମୁକାବିଲା । ସରିଜର ପ୍ରଥମ ମ୍ୟାଚ୍ ନ୍ୟୁଜଲାଣ୍ଡର ଇଡେନ ପାର୍କରେ ଖେଳାଯିବ । ଭାରତକୁ ଫେଭରାଇଟ କୁହାଯାଉଥିଲେ ବି ନ୍ୟୁଜିଲାଣ୍ଡକୁ ଘରୋଇ ମାଟିରେ ହରାଇବା ଏତେଟା ସହଜ ନୁହେଁ । ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ଚହର ଓ ଭୁବନେଶ୍ୱର କୁମାର ଆହତ କାରଣରୁ ଟିମରୁ ବାହାରେ ଅଛନ୍ତି । ରୋହିତଙ୍କ ସହ ରାହୁଲ ଓପନ କରିବେ । ରାହୁଲ ଓ୍ଵିକେଟ କିପିଂ କରିପାରନ୍ତି । ଶ୍ରେୟସ ଆୟର ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି । ଯଦି ସେ ନଖେଳନ୍ତି, ତାଙ୍କ ସ୍ଥାନରେ ମନୀଷ ପାଣ୍ଡେ ଖେଳିପାରନ୍ତି । ପେସ୍ ବୋଲର ଭାବେ ମହମ୍ମଦ ସାମି ଓ ଯଶପ୍ରୀତ୍ ବୁମରାହ ଖେଳିବା ନିଶ୍ଚିତ । ଶାର୍ଦ୍ଦୁଲ ଠାକୁର ଓ ନଭଦୀପ ସାଇନିଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯାଇପାରେ । ଚହଲ ଓ କୁଲଦୀପ ଯାଦବ ଉଭୟଙ୍କୁ ସ୍ଥାନ ମିଳିପାରେ । ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଦେଜା ଟିମରେ ରହିବା ମଧ୍ୟ ନିଶ୍ଚିନ୍ତ । ରିଷଭ ପନ୍ତଙ୍କୁ ବିଶ୍ରାମ ଦେଇ ରାହୁଲଙ୍କୁ ବ୍ୟାଟିଂ ଓ କିପର ଭାବେ ଖେଳାଇ ପାରନ୍ତି କୋହଲି । ଅନ୍ୟପଟେ ଓ୍ଵିଲିୟମସନ୍‌ଙ୍କ ନେତୃତ୍ୱରେ କିଓ୍ଵି ଟିମ୍ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.