ଆଜି ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ୱେଷ୍ଟ ଇଣ୍ଡିଜ ତୃତୀୟ ଟି-୨୦, ଯିଏ ଜିତିବ ସିଏ ପିନ୍ଧିବ ବିଜୟ ମୁକୁଟ

ମୁମ୍ବାଇ: ଆଜି ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ଭାରତ ୱେଷ୍ଟ ଇଣ୍ଡିଜ ତୃତୀୟ ତଥା ଚୂଡାନ୍ତ ଟି-୨୦ । ତିନି ଟିକିଆ ସିରିଜରେ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ ଜିତି ୧-୧ରେ ବରାବର । ତେଣୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ କର ବା ମର ହେବ । ଯିଏ ଜିତିବ ସିଏ ପିନ୍ଧିବ ବିଜୟ ମୁକୁଟ । ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ କ୍ୟାପଟେନ୍‌ ବିରାଟ କୋହଲିଙ୍କ ଦମଦାର୍‌ ପାଳି ଦଳକୁ ସହଜ ବିଜୟ ଦେଇଥିଲା । ହେଲେ ତିରୁବନନ୍ତପୁରମର ଦ୍ୱିତୀୟ ଟି-୨୦ରେ ମ୍ୟାଚ୍‌କୁ କବଜା କରିନେଇଥିଲା ଇଣ୍ଡିଜ ।

ଉଭୟ ମ୍ୟାଚରେ ଫିଲଡିଂ ଓ ବୋଲିଂ ଭାରତର ଚିନ୍ତା ବଢାଇଥିଲା । ତେଣୁ ସିରିଜ ଜିତିବାକୁ ହେଲେ ଆଜି ଦଳକୁ ଫିଲ୍ଡି ଓ ବୋଲିଂରେ ସୁଧାର ଆଣିବାକୁ ହେବ । ବୋଲିଂରେ ପ୍ରଭାବୀ ପ୍ରଦର୍ଶନକୁ ଦେଖି ଶେଷ ମ୍ୟାଚରେ ଭୁବନେଶ୍ୱର କୁମାର କିମ୍ବା ଦୀପକ ଚହରଙ୍କ ଜାଗାରେ ମୋହମ୍ମଦ ସାମୀ ଖେଳିପାରନ୍ତି । ସେହିଭଳି ସୁନ୍ଦରଙ୍କ ଜାଗାରେ କମବ୍ୟାକ୍‌ କରିପାରନ୍ତି କୁଲଦୀପ ଯାଦବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.