ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ, କ୍ଲିନ୍‌ ସ୍ୱିପ୍‌ କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

କେନ୍ଯୁଜ୍: ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ । ଅପରାହ୍ନ ୧ଟା ୩୦ରେ ଅହମଦାବାଦ୍‌ରେ ଖେଳାଯିବ ମ୍ୟାଚ୍‌। ସିରିଜ୍‌ ଜିତି ସାରିଥିବା ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ୍‌ ଜିତି କ୍ଲିନ୍‌ ସ୍ୱିପ୍‌ କରିବା ଲକ୍ଷ୍ୟରେ ରହିବ । ଆଜିର ମ୍ୟାଚରେ ଏକାଧିକ ପରିବର୍ତ୍ତନ ହୋଇପାରେ । ଦ୍ୱିତୀୟ ମ୍ୟାଚରେ ଋଷଭ ପନ୍ତଙ୍କୁ ଓପନ କରାଇଥିବା ଆଜିର ମ୍ୟାଚରେ ମଧ୍ୟ ପରୀକ୍ଷା ନୀରିକ୍ଷା କରିପାରନ୍ତି ରୋହିତ ଶର୍ମା । ଶିଖର ଧାଓ୍ଵନ ଓ ଋତୁରାଜ ଗାଏକଓ୍ଵାଡ ଫିଟ୍‌ ଅଛନ୍ତି ।

ରୋହିତ ଶର୍ମା ନୂଆ ସାଥୀ ସହ ପଡ଼ିଆକୁ ଓହ୍ଲାଇପାରନ୍ତି । ଏହି ମ୍ୟାଚ୍‌ ଜିତି ସମ୍ମାନ ରଖିବା ଲକ୍ଷ୍ୟରେ ରହିଛି ୱେଷ୍ଟଇଣ୍ଡିଜ୍‌। ଅହମ୍ମଦାବଦରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ସିରିଜ୍‌ କବ୍‌ଜା କରିନେଇଛି ଭାରତ । ଆସନ୍ତା ୧୬ ତାରିଖରୁ ଭାରତ-େଓ୍ଵଷ୍ଟଇଣ୍ଡିଜ୍‌ ମଧ୍ୟରେ ତିନି ଟିକିଆ T-20 ସିରିଜ୍‌ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.