ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଖେଳିପାରନ୍ତି ଉମେଶ ଯାଦବ, ଫିଟନେସ ଟେଷ୍ଟ କରିବାକୁ ହେବ ପାସ୍

ଭାରତ-ଇଂଲଣ୍ଡ ମଧ୍ୟରେ ୨୪ ଫେବ୍ରୁଆରୀରୁ ଖେଳାଯିବ ତୃତୀୟ ଟେଷ୍ଟ ମ୍ୟାଚ। ଯାହାକୁ ନେଇ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ଟିମରେ ସ୍ଥାନ ମିଳିଛି କିନ୍ତୁ ସେ ମ୍ୟାଚ ଖେଳିବେ କି ନାହିଁ ତାହା ଏପର‌୍ୟ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ।

ସିନିୟର ଦ୍ରୁତ ବୋଲର ଉମେଶ ଯାଦବଙ୍କର ଫିଟନେସ୍ ଟେଷ୍ଟ କରାଯିବ। ଯେଉଁଥିରୁ ଜଣାପଡିବ ସେ ଦିବା-ରାତ୍ର କ୍ରିକେଟ ଟେଷ୍ଟରେ ଭାରତୀୟ ଟିମର ଅଂଶ ହେବେ କି ନାହିଁ। ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ପସନ୍ଦ ମୁତାବକ ପୁଣିଥରେ ସ୍ପିନରଙ୍କ ଉପଯୋଗୀ ପିଚ୍ ତିଆରି କରାଯିବ, ଯେଉଁଥିରେ ରବିଚନ୍ଦ୍ରନ ଅଶ୍ବିନୀ ଓ ଅକ୍ଷର ପଟେଲଙ୍କୁ ଦମଦାର ପ୍ରଦର୍ଶନ କରିବାର ମଉକା ମିଳିବ। ଦ୍ବିତୀୟ ଟେଷ୍ଟରେ ୨୦ ରୁ ୧୫ ଓ୍ବିକେଟ ଅକ୍ଷର ଓ ଅଶ୍ବିନ ନେଇସାରିଛନ୍ତି।

କୁଳଦୀପ ଯାଦବଙ୍କ ସ୍ଥାନରେ ତୃତୀୟ ଦୃତ ବୋଲରଙ୍କୁ ଅଣାଯାଉଛି। ଏଭଳି ପରିସ୍ଥିତିରେ ଉମେଶ ଓ ମହମ୍ମଦ ସିରାଜଙ୍କୁ ଆଉ ଏକ ସୁଯୋଗ ମିଳିବ। ବୋର୍ଡର ଜଣେ ସିନିୟର ଅଧିକାରୀଙ୍କ କହିବା ଅନୁସାରେ, ଉମେଶଙ୍କ ଫିଟନେସ୍ ଟେଷ୍ଟ ଦୁଇ ଦିନ ଭିତରେ ହେବ। ଉମେଶଙ୍କ ମାଂସପେଶୀରେ ଆଘାତ ଲାଗିବା କାରଣରୁ ଗତ ବର୍ଷ ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ବାହାର ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.