ଅଷ୍ଟ୍ରେଲିଆକୁ ଶକ୍ତ ଝଟକା : ତୃତୀୟ ଦିନିକିଆ ଏବଂ T-20 ସିରିଜରୁ ମଧ୍ୟ ପଡିଲେ ବାଦ୍ ଏହି ଖେଳାଳି

ଟିମ୍ ଇଣ୍ଡିଆ ଲଗାତାର ଦୁଇଟି ଦିନିକିଆ ହାରିବା ପରେ ସିରିଜରୁ ବାଦ୍ ପଡିଛି ଇଣ୍ଡିଆ କ୍ରିକେଟ ଟିମ୍। ଏବେ ଟିମ୍ ଅଷ୍ଟ୍ରେଲିଆକୁ ଶକ୍ତ ଝଟକା ଲାଗିଛି। ଅଷ୍ଟ୍ରେଲିଆ ଟିମ୍ ର ବିସ୍ଫୋରକ ବ୍ଯାଟ୍ସମ୍ଯାନ ଡେଭିଡ ୱାର୍ନର ତୃତୀୟ ଦିନିକିଆରୁ ବାଦ୍ ପଡିଛନ୍ତି। ରବିବାର ଚାଲିଥିବା ଦ୍ବିତୀୟ ମ୍ଯାଚରେ ଆହତ ହେବା କାରଣରୁ ମଇଦାନରୁ ଫେରିଯାଇଥିଲେ।

ଏବେ ୱାର୍ନର ବୁଧବାର ହେବାକୁ ଥିବା ତୃତୀୟ ଦିନିକିଆ ମ୍ଯାଚ ଛଡା ତିନିଟି ମ୍ଯାଚ ବିଶିଷ୍ଟ ଟି-୨୦ ସିରିଜରୁ ମଧ୍ୟ ବାଦ୍ ପଡିଛନ୍ତି। ସେ ଆସନ୍ତା ଡିସେମ୍ବର ୧୭ ତାରିଖରୁ ହେବାକୁ ଥିବା ଟେଷ୍ଟ ସିରିଜ ବେଳକୁ ଠିକ୍ ହୋଇଯିବେ ବୋଲି ଆଶା କରାଯାଉଛି। କେବଳ ୱାର୍ନର ନୁହନ୍ତି, ପେଟ୍ କେମିସଂ ମଧ୍ୟ ମ୍ଯାଚରୁ ବାଦ୍ ପଡିଛନ୍ତି।

aus

ସୂଚନାଯୋଗ୍ଯ, ୱାନର ଟିମ୍ ଇଣ୍ଡିଆ ଖେଳୁଥିବା ଇନିଂସ ସମୟରେ ଚତୁର୍ଥ ଓଭରରେ ବଲକୁ ରୋକିବା ପାଇଁ ଡ୍ରାଇଭ ମାରିଥିଲେ। ଏହି ଡ୍ରାଇଭ ମାରି ଉଠିବା ପରେ ତାଙ୍କୁ ଅନେକ କଷ୍ଟ ଲାଗିଥିଲା। ତା’ ପରେ ସେ ପଡିଆରୁ ଚାଲିଯାଇଥିଲେ। ତାଙ୍କୁ ସ୍କାନ କରିବା ପରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.