ରାଜଧାନୀରେ ପୁଣି ମାତିଲେ ଲୁଟେରା ଗ୍ୟାଙ୍ଗ୍: ଝରକା ତାଡି ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ସୁନା ଗହଣା

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ପୁଣି ମାତିଲେ ଲୁଟେରା ଗ୍ୟାଙ୍ଗ୍ । ଝରକା ତାଡି ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ସୁନା ଗହଣା। ସିସିଟିଭିରେ କଏଦ ହେଲେ ଗ୍ୟାଙ୍ଗର ଅପରେସନ। ଭରତପୁର ଥାନା ଆଇଗିଣିଆ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଆଇଗିଣିଆ ପ୍ଲଟ୍ ନଂ ୩୫୪ / ୬୫୮ରେ ରୁହନ୍ତି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳର ଦେବାଶିଷ ତ୍ରିପାଠୀଙ୍କ ପରିବାର ।

ପରିବାର ଲୋକେ ଗୋଟିଏ ଘରେ ଶୋଇଥିବାବେଳେ ଦୁର୍ବୃତ୍ତମାନେ ଆଉ ଏକ ଘରର ଝରକା ତାଡ଼ି ଆଲମିରାରୁ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ନେଇଛନ୍ତି। ମଙ୍ଗଳବାର ରାତି ପ୍ରାୟ ୩ଟାରେ ୫ ଜଣ ଦୁର୍ବୃତ୍ତ ଘରର ଝରକା ତାଡ଼ି ଘରେ ଥିବା ଆଲମିରାର ଲକ୍ ଭାଙ୍ଗି ସେଥିରେ ଥିବା ଦୁଇଟି ସୁନାହାର , ଦୁଇଟି ସୁନାଚେନ୍‌ , ଦୁଇ ସେଟ୍ ସୁନାଚୁଡ଼ି , ୬ଟି ସୁନାମୁଦି , ୪ଟି ସୁନା କାନଫୁଲ ଓ ୨୦ ହଜାର ଟଙ୍କା ଚୋରି କରି ନେଇଥିଲେ ।

ସକାଳୁ ଉଠିଲା ପରେ ଆଲମିରାର ଲକ୍ ଭାଙ୍ଗି ଯାଇଥିବା ଦେଖିଥିଲେ ପରିବାର ଲୋକେ। ଦୁର୍ବୃତ୍ତମାନଙ୍କର କାରନାମା ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଏନେଇ ଦେବାଶିଷ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଫୁଟେଜ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.