ଆଜି ୧୨ଘଣ୍ଟିଆ ରେଢାଖୋଲ ବନ୍ଦ ଡାକରା, ରାସ୍ତା ସଂପ୍ରସାରଣ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଓ ପୁରୁଣା ରାସ୍ତା ମରାମତି ଦାବି

ରେଢାଖୋଲ(କେନ୍ୟୁଜ୍): ସମ୍ବଲପୁର- ଅନୁଗୋଳ ୫୫ନମ୍ବର ଜାତୀୟ ରାଜପଥର ଚାରିଥାକିଆ ରାସ୍ତା ସଂପ୍ରସାରଣ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଓ ପୁରୁଣା ରାସ୍ତା ମରାମତି ଦାବିରେ ରେଢାଖୋଲ ନାଗରିକ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ରେଢାଖୋଲ ବନ୍ଦ ଡାକରା ।

ସକାଳ ୬ଟା ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ,ବଜାର, ଗାଡି ଚଳାଚଳ ବନ୍ଦ ରହିବା ସହ ସମସ୍ତ ସରକାରୀ ବେସରକାରୀ ଅଫିସ୍ ବନ୍ଦ ରହିଛି। ପୋଲିସ ପକ୍ଷରୁ ବିଭିନ୍ନ ଛକରେ କଡା ସୁରକ୍ଷା ଦିଆଯାଇଛି।

Leave A Reply

Your email address will not be published.