ପୋଲିସ ପଦକ ଘୋଷଣା: କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଏସବୁ ଅଧିକାରୀଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ପୋଲିସ ପଦକ ଘୋଷଣା ହୋଇଛି। ୨୦୨୨ ପାଇଁ ପୁରସ୍କାର ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଦେଶର ମୋଟ ୧୦୮୨ ପୋଲିସ କର୍ମଚାରଙ୍କୁ ଏହି ପଦକ ପ୍ରଦାନ କରାଯିବ। ଏ ଅବସରରେ ୩୪୭ ଜଣ ପୋଲିସ କର୍ମୀଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରାଯିବ। ବିଶିଷ୍ଟ ସେବା ପାଇଁ ୮୭ ଜଣ ପୋଲିସ କର୍ମୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ। ୬୪୮ ଜଣ ପୋଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ।

ଓଡ଼ିଶାର ୨ଜଣ ପୋଲିସ ଅଧିକାରୀ ସାହସିକତା ପାଇଁ ପୋଲିସ ପଦକରେ ସମ୍ମାନିତ ହେବେ। କମାଣ୍ଡୋ କୁମାର କର୍ମୀ ଓ କମାଣ୍ଡୋ ପୀତବାସ ପାଣ୍ଡେଙ୍କୁ ମିଳିବ ପୋଲିସ ସାହସିକତା ପଦକ। ସେହିପରି ବିଶିଷ୍ଟ ସେବା ପାଇଁ ଦୁଇ ପୋଲିସ ଅଧିକାରୀ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଭୁବନେଶ୍ୱର ସୁରକ୍ଷା ୱିଙ୍ଗର ଭାରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ସରୋଜ ମହାପାତ୍ରଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ସେହିପରି ୧୧ଜଣ ପୋଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ପ୍ରଦାନ କରାଯିବ।

Also Read: ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି, ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.