ନୟାଗଡ଼: ଭାପୁର ବ୍ଲକ୍‌ ଆଗରେ ୨୦ ପଞ୍ଚାୟତର ଲୋକଙ୍କ ଧାରଣା, ବ୍ଲକ୍‌ରେ ଦୁର୍ନୀତି ଚରମସୀମାରେ ପହଞ୍ଚିଥିବା ଅଭିଯୋଗ

ନୟାଗଡ଼: ମରିବୁ ପଛେ ଆନ୍ଦୋଳନରୁ ହଟିବୁ ନାହିଁ । ବ୍ଳକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଲାଣି । ଏଭଳି ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଳକର ୨୦ଖଣ୍ଡ ପଞ୍ଚାୟତର ଲୋକ । ସେ ଆବାସ ଯୋଜନା ହେଉ କି ମନରେଗା କିମ୍ବା ଆମ ଗାଁ ଆମ ବିକାଶ । ସବୁଥିରେ ଦୁର୍ନୀତି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଭାରପ୍ରାପ୍ତ ଅଧିକାରୀ ଅନ୍ତର୍ଯ୍ୟାମୀ ଦାସଙ୍କ ବିରୁଦ୍ଧରେ ମହା ଦୁର୍ନିତିି ଅଭିଯୋଗ ହୋଇଛି । ଶତାଧିକ ଲୋକ ବ୍ଳକ ସମ୍ମୁଖରେ ଦିର୍ଘ ୭ଦିନ ବସିରହିବା ପରେ ଜିଲ୍ଲାପାଳ ଓ ଅତିରିକ୍ତ ଏସପିଙ୍କ ସହ ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ଗୋଳାପୋଖରୀ ପଞ୍ଚାୟତର ଆଶାମଣି ସାହୁ ଓ କମଳି ପ୍ରଧାନଙ୍କୁ ଆବାସ ଯୋଜନାରେ ଘର ମିଳୁନଥିଲା । ଘର ଆସିଥିଲା, ହେଲେ ସେଥିପାଇଁ ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେବାକୁ ପଞ୍ଚାୟତ ଅଫିସର କହିଥିଲେ । ବହୁ କଷ୍ଟରେ ସେ ୧୦ ହଜାର ଟଙ୍କା ଦେଇଥିଲେ । ଅବଶିଷ୍ଟ ଟଙ୍କା ଦେଇ ନପାରିବାରୁ ଘର ତିଆରି ପାଇଁ ଜଣେ ଅଯୋଗ୍ୟ ହିତାଧିକାରୀଙ୍କୁ ନିୟୋଜିତ କରାଯାଇଥିଲା । ଏପରିକି ଘର ନକରି ପୁରୁଣା ଘରେ ରଙ୍ଗ ମାରି ବିଲ କରଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଘଟଣା ସମ୍ପର୍କରେ ଭାପୁର ବ୍ଲକ୍‌ ଭାରପ୍ରାପ୍ତ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ସେ ଏଘଟଣାକୁ ଅସ୍ୱୀକାର କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଏ ଆନ୍ଦୋଳନ କରାଯାଇଥିବା ସେ କହିଛନ୍ତି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେଉ ବୋଲି ସେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.