ମାଓ ପୋଷ୍ଟର : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ୨୪ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ଆଜି ୨୪ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାକୁ ସଫଳ କରିବା ପାଇଁ କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଯାଇଛି। ବିସ୍ଥାପନ, ଜଳ-ଜମି-ଜଙ୍ଗଲ, ଅପରେସନ ଗ୍ରୀନ୍‌ହଣ୍ଟକୁ ବିରୋଧ ଓ ନିରୀହ ଜନତାଙ୍କ ଉପରେ ପୋଲିସ ଦମନ ଆଦିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ବାଲିଗୁଡ଼ା ପଟାଙ୍ଗି ବରାଡ଼ିକ୍ଲିଉ ଗାଁ ଓ ଗୋଛାପଡ଼ା ଥାନା ନମ୍ବରବାଲିଠାରେ ମାଓ ପୋଷ୍ଟର ଲାଗିଛି। ଏହାସହ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି।

ଫଳରେ ଦାରିଙ୍ଗବାଡିରୁ କ. ନୂଆଗାଁକୁ ଗାଡି ଚଳାଚଳ ବନ୍ଦ ରହିଛି। ନବରଙ୍ଗପୁର ରାଇଘର ସଦର ମହକୁମାରେ ମଧ୍ୟ ମାଓପୋଷ୍ଟର । ରାଇଘର ଜଗନ୍ନାଥ ମନ୍ଦିର ନିକଟରେ ଲାଗିଛି ପୋଷ୍ଟର। ବନ୍ଦକୁ ସମର୍ଥନ ପାଇଁ ଅଡିଓ ଟେପ୍ ଜରିଆରେ ବଲାଙ୍ଗିର ବରଗଡ଼ ମହାସମୁନ୍ଦ ଡିଭିଜନ ପକ୍ଷରୁ ଆହ୍ଵାନ୍ ଦିଆଯାଇଛି। ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.