ସାତକୋଶିଆରେ ଲାଗିଲା ଦାଗ ! ମା’ ସହ ୨୮ ଘଡିଆଳ ଶାବକ ନିଖୋଜ, ୭ ଦିନ ହେଲା ମିଳୁନି ପତ୍ତା

ଆଠଗଡ(କେନ୍ଯୁଜ୍): ସାତକୋଶିଆରେ ଲାଗିଲା ଦାଗ । ମା’ ସହ ୨୮ ଘଡିଆଳ ଶାବକ ନିଖୋଜ । ୭ ଦିନ ହେଲା ସେମାନଙ୍କ ମିଳୁନି ପତ୍ତା । ବହୁ ଖୋଜାଖୋଜି ପରେ ସେମାନଙ୍କ ସମ୍ପର୍କରେ କୌଣସି ଖବର ମିଳୁନି । ଏଥିପାଇଁ ଜଙ୍ଗଲ ବିଭାଗକୁ ଦାୟୀ କଲେ ଗାଁଲୋକ । ମହାନଦୀର ସାତକୋଶିଆ ଗଣ୍ଡରେ ମେ’ ମାସରେ ୨୮ଟି ଘଡ଼ିଆଳ ପ୍ରଜାତିର କୁମ୍ଭୀର ଶାବକ ଜନ୍ମ ହୋଇଥିଲେ । ଯାହାକୁ ନେଇ ସବୁଠି ଖୁସି ଦେଖିବାକୁ ମିଳିଥିଲା । ଏବେ କିନ୍ତୁ ଏହା ମଳିନ ପଡି ଯାଇଛି ।

ଶାବକ ମାନଙ୍କ ଗତିବିଧି ଏବଂ ସୁରକ୍ଷା ପାଇଁ ସଂଲଗ୍ନ ଆଠମଲ୍ଲିକ ବନବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ମତ୍ସ୍ୟଜୀବୀ ମାନଙ୍କୁ ଘଡ଼ିଆଳ ଶାବକ ମାନଙ୍କ ସମ୍ପର୍କରେ ସୂଚନା ତଥା ସୁରକ୍ଷା ପାଇଁ ସଚେତନ କରାଯାଉଛି । ପ୍ରାୟ ୪୦ ବର୍ଷ ପରେ ମହାନଦୀରେ ଘଡ଼ିଆଳ କୁମ୍ଭୀର ଛୁଆ ଜନ୍ମ ନେଇଥିଲେ । ଘଡ଼ିଆଳ ଶାବକ ମାନଙ୍କ ସମ୍ପର୍କରେ ସୂଚନା ଦେଲେ ୩୦୦ ଟଙ୍କା ପୁରସ୍କାର ଏବଂ ଜାଲ ଭିତରେ ଜୀବନ୍ତ ଧରିଥିଲେ ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କୁ ଜାଲର କ୍ଷତିପୂରଣ ସହ ଏକ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.