କାଳିଆ ଯୋଜନାରେ ଅଧିକ ବ୍ୟୟ ବରାଦ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ହେବ ଅଧିକ ୩୨୩୪ କୋଟି

କାଳିଆ ଯୋଜନାରେ ଅଧିକ ବ୍ୟୟ ବରାଦ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ହେବ ଅଧିକ ୩ ହଜାର ୨୩୪ କୋଟି ଟଙ୍କା । କାଳିଆ ଯୋଜନାରେ ୩୨ ଲକ୍ଷ ୩୪ ହଜାର ହିତାଧିକାରୀଙ୍କୁ ସାମିଲ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ପହଞ୍ଚିଛି ୭୫ ଲକ୍ଷରେ । ଏମାନଙ୍କ ମଧ୍ୟରେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବାବେଳେ ୨୫ ଲକ୍ଷ ଭୂମିହୀନ ଚାଷୀ ଅଛନ୍ତି । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି କୃଷି ବିଭାଗ। ପୂର୍ବରୁ କାଳିଆ ଯୋଜନାରେ ୪୨ ଲକ୍ଷ ୬୬ ହଜାର ହିତାଧିକାରୀଙ୍କୁ ସରକାର ଆର୍ଥିକ ସହୟତା ଯୋଗାଇ ଦେଉଛନ୍ତି। ବର୍ଷକୁ ଦୁଇଟି କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.