ଭଦ୍ରକରେ ଲଜ୍ଜା, ୪ବର୍ଷର ଶିଶୁକନ୍ୟାକୁ ଚକଲେଟ ଦେବା ବାହାନାରେ ଦୁଷ୍କର୍ମ କଲା ଯୁବକ

ଭଦ୍ରକ(କେନ୍ୟୁଜ୍): ୪ବର୍ଷର ଶିଶୁକୁ ଚକଲେଟ ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଘଟଣା ଘଟିଛି ଭଦ୍ରକ ନାୟକାଣିଡିହ ଲୁଣିସାହି ଅଞ୍ଚଳରେ।  ଅଭିଯୋଗ ମୁତାବକ ସେହି ଗ୍ରାମର ସ୍ବର୍ଗତ ପରିକ୍ଷିତ ଦାସଙ୍କ ପୁଅ ଜଗନ୍ନାଥ ଦାସ ଏକ ନାବାଳିକାକୁ ଚକଲେଟର ଲୋଭ ଦେଖାଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ପୋଲିସ ଜଗନ୍ନାଥକୁ  ଅଟକ ରଖି ପଚରାଉଚରା ଚଳାଇଛି।  ଅନ୍ୟପଟେ  ଶିଶୁକନ୍ୟକୁ  ପରିବାର ଲୋକେ  ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

under age girlସୂଚନା ମୁତାବକ ଆଜି  ସକାଳେ ଜଗବନ୍ଧୁ ନାମକ ଜଣେ ବ୍ୟକ୍ତିଙ୍କର ୪ ବର୍ଷର ଶିଶୁକନ୍ୟା  ଘର ନିକଟକୁ ପାଠ ପଢିବାକୁ ଯାଇଥିଲେ। ସେଠାରୁ ଶିକ୍ଷୟତ୍ରୀ ଛୁଟି କରିବା ପରେ ଶିଶୁ କନ୍ୟାଟି ଦାଣ୍ଡରେ ଏକୁଟିଆ ଖେଳୁଥିଲା। ଏହି ସମୟରେ ଜଗନ୍ନାଥ ଶିଶୁ କନ୍ୟାଟିକୁ ଏକୁଟିଆ ପାଇ ତାକୁ ଚକଲେଟ ଦେବା  ବାହାନାରେ  ପାଖକୁ ଡକିଥିଲା। ପରେ ତାକୁ ଅଙ୍ଗୁର କୋଳି ଖାଇବୁ ଯଦି ଘରକୁ ଆସେ ବୋଲି କହି ଡାକିଥିଲେ। ଘରକୁ ଶିଶୁକନ୍ୟା ଯିବା ପରେ ସେଠାରେ ତାକୁ ବଳପୂର୍ବକୁ ଦୁଷ୍କର୍ମ କରିଥିଲା ଜଗନ୍ନାଥ। ବାହାରକୁ ଆସିବା  ପେର ଶିଶୁ କନ୍ୟାଟିର ପ୍ୟାଣ୍ଟରେ ରକ୍ତ ଲାଗିଥିବାରୁ ଝିଅର ମା ସନ୍ଦେହ କରି ଝିଅକୁ ପଚାରିଥିଲେ। ଶେଷରେ ମା ଆଗରେ କାନ୍ଦି କାନ୍ଦି ସବୁ ସତ କଥା କହିଥିଲା ନାବାଳିକ ଜଣକ। ସବୁ ଘଟଣା ମା ଶୁଣିସାରିବା  ପରେ ପଡୋଶୀଙ୍କୁ  ଯାଇ କହିଥିଲେ। ପରେ  ଗାଁ ଲୋକ ସବୁ ଏକାଠି ହୋଇ ଜଗନ୍ନାଥକୁ ଅଟକ ରଖି ପୋଲିସରେ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ନାୟକାଣିଡିହ ପୋଲିସ ପହଞ୍ଚି ଜଗନ୍ନାଥକୁ ଥାନାକୁ ଆଣି ତଦନ୍ତ ଚଳାଇଛି।  ସେପଟେ  ଶିଶୁକନ୍ୟାର ପରିବାର ଡାକ୍ତରଖାନାରେ ଥିବାରୁ କେହି ଲିଖିତ ଅଭିଯୋଗ ଦେବା  ପାଇଁ ଆସିନଥିବା କହିଛନ୍ତି ପୋଲିସ ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.