ଗଞ୍ଜାମ: ପଛ ପଟୁ ଧକା ଦେଲା ବାଇକ, ୬ ଗୁରୁତର

ଗଞ୍ଜାମ(କେନ୍ୟୁଜ୍):  ଗଞ୍ଜାମ  ଜିଲ୍ଲା ସୋରଡା ଥାନା ଅନ୍ତ୍ରଗତ ସୁରମଣି ଗ୍ରାମ ନିକଟରେ ବାଇକ ଦୁର୍ଘଟଣା ଘଟି ୬ ଆହାତ । ଚିକିତ୍ସା ନିମନ୍ତେ ସୋରଡା ମେଡିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ପ୍ରକାରେ ସୁରମଣି ଗ୍ରାମର ମହିଳା ମାନେ ନିକଟରେ ଥିବା ନଦୀରୁ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ରାସ୍ତା ଉପରେ ଦ୍ରୁତ ଗତିରେ ଏକ ବାଇକ ସେମାନଙ୍କୁ ଧକ୍କା ଦେଇଥିଲା ଫଳରେ ୪ ଗ୍ରାମବାସୀ ଓ ବାଇକରେ ଥିବା ଦୁଇ ଜଣ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ସୋରଡା ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ସୋରଡା ମେଡିକାଲକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ଆହାତ ତିନି ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.