ଅବକାରୀ ବିଭାଗର ଦକ୍ଷତା ବୃଦ୍ଧି: ପ୍ରତିଷ୍ଠା ହେବ ୯ଟି ନୂଆ ଅବକାରୀ ଥାନା

 ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟ ଅବକାରୀ ବିଭାଗର ଦକ୍ଷତା ବୃଦ୍ଧି ହେବ। ପ୍ରତିଷ୍ଠା ହେବ ୯ଟି ଅବକାରୀ ଥାନା, ୧୩ଟି ରେଞ୍ଜ ଅଫିସ ଓ ୩ଟି ସାଟେଲାଇଟ୍‌ ୟୁନିଟ୍‌। ଗୋପାଳପୁର, ଖପ୍ରାଖୋଲ, ମୋହନା, ଦାରିଙ୍ଗବାଡି, ଯୋଡ଼ା, ହାଟଡିହି, ମୁନିଗୁଡା, କୋଇଡା ଓ ଶୁକୃଳିଠାରେ ଅବକାରୀ ଷ୍ଟେସନ ପ୍ରତିଷ୍ଠା ହେବ।

ସେହିପରି ବାଲେଶ୍ୱର, ଜୟପୁର ଓ ରାଉରକେଲାରେ ପ୍ରତିଷ୍ଠା ହେବ ତିନିଟି ସାଟେଲାଇଟ୍‌ ୟୁନିଟ୍‌। ଅବକାରୀ ବିଭାଗରେ ୪୫୭ ଟି ଅତିରିକ୍ତ ନୂଆ ପଦ ସୃଷ୍ଟି ପାଇଁ ଅନୁମତି ଦେଇଛି କ୍ୟାବିନେଟ୍‌। ବିଭିନ୍ନ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ଇଆଇ ଏବଂ ଇଡି ୟୁନିଟରେ ୨୦ଟି ନୂଆ ନିୟମିତ ଅମଲା ପଦ ସହ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟରେ ୧୦ଟି ଅତିରିକ୍ତ ନିୟମିତ ପଦବୀ ସୃଷ୍ଟି କ୍ୟାବିନେଟ ମଂଜୁରୀ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.