ଇଦ୍ ପର୍ବ ପାଳିବା ପାଇଁ ମୁସଲମାନଙ୍କୁ ସାହାଯ୍ଯର ହାତ ବଢାଇଲେ ହିନ୍ଦୁ ସମ୍ପ୍ରଦାୟର ସମାଜସେବୀ ତନୁଜା ମହାନ୍ତ

ମୁସଲମାନଙ୍କ ସବୁଠାରୁ ବଡ ପର୍ବ ହେଉଛି ଇଦ୍ ପର୍ବ । କରୋନା ଲକଡାଉନରେ କାମ ଧନ୍ଦା ନପାଇ ବେରୋଜଗାର ହୋଇ ଘରେ ରହିଥିବା ଗରିବ ମୁସଲମାନମାନଙ୍କ ପାଇଁ ଇଦ୍ ପର୍ବରେ ନୂତନ ବସ୍ତ୍ର ଓ ପାରମ୍ପରିକ ଖାଦ୍ୟ ଲଚ୍ଛା କିଣିବା ମଧ୍ୟ କଷ୍ଟକର ବ୍ୟାପାର ଥିଲା । ଏଭଳି ପରିସ୍ଥିତିରେ ଭାଇଚାରାର ପରିଚୟ ଦେଇ ଆଗେଇ ଆସିଥିଲେ ଜଣେ ହିନ୍ଦୁ ସମ୍ପ୍ରଦାୟର ସମାଜସେବୀ ତନୁଜା ମହାନ୍ତ। ଜାତି ଧର୍ମ ବର୍ଣ୍ଣର ଭେଦଭାବକୁ ପଛରେ ପକାଇ ମୁସଲିମ ଭାଇ-ଭଉଣୀମାନଙ୍କ ଦୁଃଖ ସୁଖର ସାଥି ପାଲଟିଥିଲେ ତନୁଜା । ସମ୍ପୂର୍ଣ୍ଣ ଲକଡାଉନରେ ଗରିବ ପରିବାରଙ୍କୁ ଖାଦ୍ୟ ଓ ମାସ୍କ ବଣ୍ଟନ କରିଆସୁଥିବା ବେଳେ ଇଦ୍ ପର୍ବ ସମୟରେ ଗରିବ ମୁସଲମାନ ଭାଇ ଭଉଣୀଙ୍କୁ ଡ୍ରେସ ଓ ଲଚ୍ଛା ବଣ୍ଟନ କରିବାକୁ ମଧ୍ୟ ଭୁଲିନାହାନ୍ତି ତନୁଜା।

muslim donateସୂଚନା ମୁତବାକ ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ମୁସଲିମ ବସ୍ତିକୁ ଯାଇ ଗରିବ ମୁସଲମାନ ଭାଇଙ୍କୁ ଲୁଙ୍ଗି, ଟୋପି ଓ ଲଚ୍ଛା ପ୍ରଦାନ କରିଥିବା ବେଳେ ମୁସଲମାନ ଭଉଣୀ ମାନଙ୍କୁ ଶାଢ଼ୀ ଓ ଲଚ୍ଛା ପ୍ରଦାନ କରିଛନ୍ତି । ମୁସଲମାନ ଭାଇ ଭଉଣୀମାନଙ୍କ ପ୍ରତି ଏଭଳି ଦୟା ଦେଖାଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଥିବା ବେଳେ ମୌଲାନା ମାନେ ମଧ୍ୟ ସାଧୁବାଦ ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.