ପାର୍ବଣ ପୂର୍ବରୁ କମିଶନରେଟ ପୋଲିସର ନବକଳେବର: ବଦଳିଲେ ୨ ଏସିପି, ୨୬ ଥାନା ଅଧିକାରୀ

ଭୁବନେଶ୍ୱର(କେନ୍ୟୁଜ୍): ପାର୍ବଣ ପୂର୍ବରୁ କମିଶନରେଟ ପୋଲିସର ନବକଳେବର । ବଦଳିଲେ ୨ ଏସିପି, ୨୬ ଥାନା ଅଧିକାରୀ । କମିଶନରେଟ ପୋଲିସ ପକ୍ଷରୁ ଟ୍ଵିନସିଟିରେ ବଡ଼ ଧରଣର ଅଦବଳ ବଦଳ ହୋଇଛି । ଏସିପି, ଆଇଆଇସି ଓ ଏସଆଇ ସ୍ତରରେ ନବକଳେବର କରାଯାଇଛି । କ୍ୟାପିଟାଲ ଥାନାକୁ ଗଲେ ପଦ୍ମନାଭ ପ୍ରଧାନ ।

ଖଣ୍ଡଗିରି ଗଲେ ଦୟାନିଧି ନାୟକ । ସ୍ପେଶାଲ ପ୍ରାଞ୍ଚକୁ ଗଲେ ଗିରିଜି ଶଙ୍କର ଚକ୍ରବର୍ତ୍ତୀ ଓ ବିଶ୍ୱ ରଞ୍ଜନ ସେନାପତି । ମାଲଗୋଦାମ ଥାନା ଅଧିକାରୀ ଭାବେ ରଜନୀକାନ୍ତ ଦାସ ଓ ବାଦାମବାଡ଼ିରେ ସୂର୍ଯ୍ୟାଂଶୁ ଶେଖର ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.