ବନ୍ୟା ପାଣିରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ, ଅନ୍ୟ ୨ ଜଣ ସୁରକ୍ଷିତ ଉଦ୍ଧାର

ଆଠଗଡ(କେନ୍ୟୁଜ୍) : ବନ୍ୟା ପାଣିରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ । ଆଠଗଡ ବ୍ରାହ୍ମଣବସ୍ତ ଗାଁର ନାବାଳକ ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । ଗାଁର ୩ଜଣ ସାଙ୍ଗ ମିଶି ବନ୍ୟାପାଣିରେ ଗାଧୋଉଥିଲେ ।

ଗାଧୋଇବା ସମୟରେ ଭାସିଯାଇଥିଲେ ୩ ଜଣ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ହେଲେ ପ୍ରଦ୍ୟୁମ୍ନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଗ୍ରାମବାସୀ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.