କରୋନା ସଚେତନତାକୁ ନେଇ ଭାରତୀୟ ନୌସେନା ପକ୍ଷରୁ ସାଇକେଲ ଶୋଭାଯାତ୍ରା, ୬ ଦିନରେ ଅତିକ୍ରମ କରିବେ ୭୩୮ କିଲୋମିଟର

ବ୍ରହ୍ମପୁର(କେନ୍ୟୁଜ୍): ଜନ ସାଧାରଣଙ୍କ ମଧ୍ୟରେ କରୋନା ଭାଇରସକୁ ନେଇ ସଚେତନତା ଓ ଲୋକଙ୍କ ମନରେ ଭାରତୀୟ ସେନା ବାହିନୀ ବାବଦରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସ୍ଥିତ ଭାରତୀୟ ନୌସେନାର ନୋଭାଲ୍ ଡକୟାଡ୍ ପକ୍ଷରୁ ଏକ ସାଇକେଲ ଅଭିଯାନ ଆରମ୍ଭ ହୋଇଛି । ଏହି ସାଇକେଲ ଅଭିଯାନରେ ଭାରତୀୟ ନୌସେନାର ୧୦ ଜଣ ହିରୋ ଓ ସୁପର ହିରୋ ସାମିଲ ହୋଇଛନ୍ତି । ଚଳିତ ମାସ ୨୧ ତାରିଖରେ ଏହି ରାଲି ବିଶାଖାପାଟଣାରୁ ବାହାରିଥିବା ବେଳେ ଗତକାଲି ରାତିରେ ବ୍ରହ୍ମପୁରରେ ପହଞ୍ଚିଥିଲା । ବ୍ରହ୍ମପୁରଠାରେ ଏହି ସଚେତନତା ରାଲି ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ।

ଆଜି ସକାଳୁ ସହରର ରେଳ ଷ୍ଟେସନ ସମ୍ମୁଖରେ ଲୋକଙ୍କୁ କୋଭିଡ୍-19 ସମ୍ପର୍କରେ ସଚେତନତା କରିବା ସହ ମାସ୍କ ବଣ୍ଟନ କରାଯାଇଥିଲା । ଏହି ସଚେତନତା ରାଲି ମୋଟ ୭୩୮ କିଲୋମିଟର ଅତିକ୍ରମ କରିବାକୁ ଥିବା ବେଳେ ଏଥିପାଇଁ ୬ ଦିନ ସମୟ ଲାଗିବ । ଏହା ସହ ପ୍ରତ୍ୟେକ ସ୍ଥାନରେ, ରାସ୍ତାରେ ଓ ବିଭିନ୍ନ ଅନୁଷ୍ଠାନକୁ ଯାଇ ଲୋକଙ୍କୁ ଭାରତୀୟ ସେନା ସମ୍ପର୍କରେ ଓ କରୋନା ଭାଇରସ ସମ୍ପର୍କରେ ଅବଗତ କରାଯାଉଛି | ଏଥିରେ ସାମିଲ ହୋଇଥିବା ନୌସେନା କର୍ମଚାରୀମାନେ ସେନା କର୍ମଚାରୀ ମାନଙ୍କୁ ଲୋକଙ୍କ ସମର୍ଥନ ରହିଥିବା କହିଛନ୍ତି ଏହି ଅଭିଯାନରେ ଥିବା ନୌସେନା ଟିମ୍ କ୍ୟାପଟେନ ମଦନ କହିଛନ୍ତି ।

ସେପଟେ ଆଗାମୀ ବର୍ଷ ନୌସେନାର ଗୋଲଡେନ ଜୁବୁଲି ସେଲିବ୍ରେସନ ହେବେ ଏଥିପାଇଁ ଏନେଇ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଯାଉଥିବା ସୂଚନା ଦେଇଛନ୍ତି | ଏହି ସାଇକେଲ ଅଭିଯାନର ମୁଖ୍ୟ ସଚେତକ ହେଉଛନ୍ତି ସତ୍ୟବାନ ଦଶରଥ । ଆଜି ସକାଳୁ ଏହି ରାଲି ବ୍ରହ୍ମପୁରରୁ ବାହାରି INS-ଚିଲିକାରେ ପହଞ୍ଚିବା ପରେ ପୁଣି ବିଶାଖାପାଟଣା ଫେରିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.