ଆଠଗଡ଼: କୁକୁଡ଼ା ଚୋରିକୁ ନେଇ ହତ୍ୟା! ଫାର୍ମ ମାଲିକ ଓ ସହଯୋଗୀ ମିଶି ପିଟି ପିଟି ମାରିଦେଇଥିବା ଅଭିଯୋଗ

ଆଠଗଡ଼(କେନ୍ୟୁଜ୍): କୁକୁଡା ଚୋରିରୁ ହତ୍ୟା ଅଭିଯୋଗ । ଆଠଗଡ଼ ଥାନା କନ୍ଦରପୁର ଟାଙ୍ଗୀ ସାହିରେ କୁକୁଡ଼ା ଚୋରିକୁ ନେଇ ହତ୍ୟା ଅଭିଯୋଗ । କୁକୁଡା ଫାର୍ମ ପାଖରୁ ମୃତଦେହ ଉଦ୍ଧାର କରିଛି ଆଠଗଡ ପୋଲିସ । ମୃତକ କନ୍ଦରପୁର ଗାଁର ଗଣେଶ ସାମଲ ।

ଗଣେଶ ପୂର୍ବରୁ ଉକ୍ତ ଫାର୍ମରେ କାମ କରୁଥିଲେ । ଗତକାଲି ରାତିରେ କୁକୁଡା ଚୋରିକୁ ନେଇ ଫାର୍ମ ମାଲିକ ଏବଂ ଗଣେଶଙ୍କ ଭିତରେ ବଚସା ହୋଇଥିଲା । ଏହାକୁ କେନ୍ଦ୍ର କରି ଫାର୍ମ ମାଲିକ ଏବଂ ତାଙ୍କ ସହଯୋଗୀ ଗଣେଶଙ୍କୁ ବାଉଁଶରେ ପିଟି ପିଟି ମାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ SDPOଙ୍କ ସହ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.