ଛେନା ଓ ପନିରରେ ଅପମିଶ୍ରଣ ଅଭିଯୋଗ: ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାନ ପରୀକ୍ଷା, ଦୋଷ ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

କଟକ(କେନ୍ୟୁଜ୍): ଛେନା ଓ ପନିରରେ ଅପମିଶ୍ରଣ ଅଭିଯୋଗ । ନିଆଳି ଓ ଅଡଶପୁରରୁ କଟକ ସହରକୁ ପ୍ରତିଦିନ ୧୦୦ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଛେନା ଆସିଥାଏ । ଆସୁଥିବା ଛେନା ଓ ପନିର ନିମ୍ନ ମାନର ଓ ଅପମିଶ୍ରିତ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ଲିଙ୍କ ରୋଡ଼ ସ୍ଥିତ ଛେନା ବ୍ୟବସାୟ ସ୍ଥଳରେ ପହଞ୍ଚି ଛେନା ଓ ପନିରର ମାନ ପରୀକ୍ଷା କରିଛନ୍ତି ।

ସଂଗ୍ରହ କରାଯାଇଥିବା ନମୁନାର ରିପୋର୍ଟ ଆସିବା ପରେ ମାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସିଏମସି ତରଫରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଛେନା ଓ ପନିରରେ କୌଣସି ପ୍ରକାରର ଅପମିଶ୍ରଣ କରାଯାଇନଥିବା କହିଛନ୍ତି ଛେନା ବ୍ୟବସାୟୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.