ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ସ୍ଥିତ ଗୋଠପାଟଣା ସ୍ଥିତ ଏକ ଘରୋଇ କଲେଜ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା। ଛାତ୍ର ଜଣଙ୍କ ନା ସୂର୍ଯ୍ୟ ପ୍ରକାଶ ପଲାଇ। ସେ +୨ପ୍ରଥମ ବର୍ଷର ଛାତ୍ର ଭାବେ ଅଧ୍ଯୟନ କରୁଥିଲେ । ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି।
ଇନ୍ ଫୋ ଭ୍ୟାଲି ଥାନାରେ ଏନେଇ ହତ୍ୟା ସନ୍ଦେହ କରି ଏତଲା ଦେଇଛନ୍ତି ଛାତ୍ରଙ୍କ ପରିବାର ଲୋକେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ ତରବରିଆ ଭାବେ କବାଟ ଭାଙ୍ଗି ମୃତଦେହକୁ କଲେଜ କତୃପକ୍ଷ ଏମ୍ସ ନେଇଥିବା ଅଭିଯୋଗ ହୋଇଛି । ତେବେ କଲେଜକୁ ସାଇଣ୍ଟିପିକ ଟିମ୍ ଯାଇ ତଦନ୍ତ କରିବ ବୋଲି ସୂଚନା ମିଳିଛି।