ଘରର ବାଲକୋନିକୁ ଆସିଲେ ‘ବାବୁସାନ’: ପ୍ରତିକ୍ରିୟାରେ କହିଲେ ‘ଠିକ ସମୟରେ ଠିକ କଥା କହିବି’

ଭୁବନେଶ୍ୱର (କେନ୍ୟୁଜ): ବାଲକୋନୀକୁ ଆସିଲେ ଅଭିନେତା ବାବୁସାନ୍‌। ଜଗନ୍ନାଥବିହାର ଘର ବାଲକୋନୀକୁ ମାଆ ଅପରାଜିତାଙ୍କ ସହ ଆସି ଫ୍ୟାନଙ୍କୁ ହାତ ଯୋଡି ନମସ୍କାର କରିଥିଲେ। ତେବେ ନିଜ ଘର ବାଲକୋନିରେ ଥାଇ ସେ ଗଣମାଧ୍ୟମଙ୍କୁ ଏପରି କହିଛନ୍ତି । ଠିକ ସମୟ ଆସିଲେ ଠିକ କଥା କହିବି। ମୁଁ ପରିବାର ପାଖରେ ଅଛି, ସେଥିପାଇଁ ବହୁତ ଖୁସି ଅଛି । ଏହା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାବୁସାନ ମହାନ୍ତି ।

ଆଜି ଥାନାକୁ ଯିବାର ଅଛି କି ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତର ମା ଅପରାଜିତା ମହାନ୍ତି ଦେଇଥିଲେ । ଆଜି କୁଆଡେ ଯିବାର ନାହିଁ ବୋଲି ଅପରାଜିତା କହିଥିଲେ । ଆମ ଉଭୟଙ୍କ ଦେହ ଭଲ ନାହିଁ ବୋଲି ମା ଅପରାଜିତା କହିଥିଲେ ।

ଗତକାଲି ସବୁ ପ୍ରତୀକ୍ଷାରେ ଅନ୍ତ ଘଟାଇ ବାବୁ ଚେନ୍ନାଇରୁ ଘରକୁ ଫେରିଛନ୍ତି । ଘରକୁ ଫେରିବା ପରେ ସେ ପ୍ରଥମଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି । ଗତକାଲି ଚେନ୍ନାଇରୁ ଫେରିବା ପରେ ଆଜି ବାହାରକୁ ଆସିଲେ ବାବୁସାନ । ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ଥାନାକୁ ନଯାଇ ଘରେ ବୟାନ ଦେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.