ବନ୍ଧୁକ ମୁନରେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କାର ଡ଼କାୟତି

ରାଉରକେଲା : ସକାଳ ସମୟରେ ବ୍ୟାଙ୍କ ଖୋଲୁ ଖୋଲୁ ଲୁଟ୍‌ ହୋଇଛି । ରାଉରକେଲାରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଛନ୍ତି  ଲୁଟେରା । ମଧୁସୂଦନ ଛକ ନିକଟସ୍ଥ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ । ତେବେ ଡକାୟତମାନେ ସମୁଦାୟ କେତେ ଟଙ୍କା ଧରି ପଳାଇଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ ।

ଶାଖା ମ୍ୟାନେଜର ଓ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ୭ ଜଣ ଡକାୟତ ଏହି ଘଟଣା ଘଟାଇଛନ୍ତି । ସମସ୍ତେ ମୁଖା ଓ ହେଲମେଟ୍‌ ପିନ୍ଧିଥିଲେ । ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ମାଡ଼ ମାରିଛନ୍ତି ଦୁର୍ବୃତ୍ତ । ଏହାପରେ କ୍ୟାସ୍‌ କାଉଣ୍ଟର ଓ ବ୍ୟାଙ୍କ ଲକର୍‌ରୁ ଟଙ୍କା ଧରି ଛୁ ମାରିଥିଲେ ଲୁଟେରା । ଏହି ଘଟଣା ପରେ ତନାଘନା ଚଳାଇଛି ରାଉରକେଲା ପୋଲିସ । ସହରର ସମସ୍ତ ପ୍ରବେଶ ପଥକୁ ସୀମାକୁ ସିଲ୍‌ କରି ପୋଲିସ ଖାନତଲାସୀ ଜାରି ରଖିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.