ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର; ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ

ଭଞ୍ଜନଗର (କେନ୍ୟୁଜ): ସଡ଼କ ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର । ଅଳ୍ପକେ ବର୍ତିଲେ ଦୁଇ ଶିଶୁ । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମ୍ପାପଡା ଗାଁ ନିକଟରେ ଘଟିଛି ଏଭଳି ଘଟଣା । ସ୍ତ୍ରୀ ଏବଂ ଦୁଇ ଛୁଆ ଙ୍କ ସହ ବାଇକ୍ ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଦୁର୍ଘଟଣା ଘଟିଥିଲା । ମୃତ ମହିଳା ଜଣକ ଓଡ଼ଗାଁ ଥାନା ଅନ୍ତର୍ଗତ ନାଉଖାଲ ଗାଁ ର ଅଶାନ୍ତି ନାୟକ ।

ଘଟଣା ସ୍ଥଳରେ ଉଭୟ ସ୍ବାମୀ ଶୁଶାନ୍ତ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ,ଜଗନ୍ନାଥପ୍ରସାଦ ମେଡିକାଲ ରେ ସ୍ତ୍ରୀ ଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ଦୁର୍ଘଟଣା ସମୟରେ ସାଥିରେ ଥିବା ଦୁଇ ଛୁଆଙ୍କୁ ସୁରକ୍ଷିତ ଭାବେ ଉଧାର କରିଥିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.