ଆରଡି ଆଖଣ୍ଡଳମଣୀ ପୀଠ ବୁଲି ଦେଖିଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍,  ମନ୍ଦିରର  ମାଷ୍ଟରପ୍ଲାନ କାର୍ଯ୍ୟକାରୀ କରିବାକୁ ଦାବି କଲେ ସେବାୟତ

ଚାନ୍ଦବାଲି(କେନ୍ୟୁଜ୍):ବିଜେଡି ସାଗଂଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳଣମଣୀ ପୀଠ ଗସ୍ତ କରି ପୀଠରେ ଜାରି ରହିଥିବା ଉନ୍ନତି ମୂଳକ କାମ ବୁଲି ଦେଖିଥିଲେ ।  ଏହି ସମୟରେ  ପୀଠର ସୁବିଧା ଓ ଅସୁବିଧା ସମ୍ବଦ୍ଧରେ ସ୍ଥାନୀୟ ସେବାୟତଙ୍କ ସହ ଆଲୋଚନା କରି ଫେରିଛନ୍ତି । ସେବାୟତମାନେ ପୀଠରେ ମାଷ୍ଟର ପ୍ଲାନ କାର୍ଯ୍ୟକାରୀ କରିବାକୁ ଦାବି ରଖିଥିଲେ । ବିଜେଡି ସାଗଂଠନିକ ସମ୍ପାଦକ ଆରଡିରେ ପହଁଚିବା ପରେ ଚାନ୍ଦବାଲି ବିଧାୟକ , ଭଦ୍ରକ ବିଧାୟକ , ଭଦ୍ରକ ସାଂସଦ ସମେତ  ବିଜେଡିର ବହୁ ଛାମୁଆ ନେତୃତ୍ୱ ତାଙ୍କୁ ସ୍ୱାଗତ କରିଥିଲେ ।

ପରେ ଆଖଣ୍ଡଳମଣୀଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ବାବଙ୍କ ଆଶୀଷ ଲାଭ କରିଥିଲେ ।ପୀଠର ବିକାଶ ପାଇଁ ନିଜର ଦଳୀୟ ନେତାଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ ପ୍ରଣବ । ତେବେ ପ୍ରଣବ ପ୍ରକାଶ ଦାସଙ୍କ ଆରଡି ଗ୍ରସ୍ତ ପରେ ପୀଠରେ ଖୁିବ ଶୀଘ୍ର ମାଷ୍ଟର ପ୍ଲାନ କାର୍ଯ୍ୟକାରୀ ହେବ ବୋଲି ଆଶା ପ୍ରକଟ କରିଛନ୍ତି  ସେବାୟତମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.