ଏକକ ନିର୍ବାଚନକୁ ସମର୍ଥନ ଜଣାଇବ ବୋଲି ସ୍ପଷ୍ଟ କରିଛି ବିଜେଡି

ଭୁବନେଶ୍ବର : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଆଜି ଲ’ କମିଶନଙ୍କ ନିକଟରେ ମତ ରଖିଛି ବିଜେଡି । ଏକକ ନିର୍ବାଚନକୁ ବିଜେଡି ସମର୍ଥନ ଜଣାଇବ ବୋଲି ସ୍ପଷ୍ଟ କରିଛି । ବିଜେଡି ପକ୍ଷରୁ ସାଂସଦ ପିନାକୀ ମିଶ୍ର ଲ’ କମିଶନଙ୍କୁ ଏହା ଜଣାଇଛନ୍ତି । ଏକସଙ୍ଗେ ନିର୍ବାଚନ ନେଇ ଲ’ କମିଶନ ବିଭିନ୍ନ ରାଜନୈତିକ ଦଳଙ୍କ ମତ ଲୋଡ଼ିଥିଲେ । ଏକସଙ୍ଗେ ନିର୍ବାଚନକୁ ବର୍ତ୍ତମାନ ସୁଦ୍ଧା ବିଜେଡି, ଟିଆର୍‌ଏସ୍‌, ଜେଡିୟୁ, ଅକାଳୀ ଦଳର ସମର୍ଥନ ମିଳିଛି । ୯ଟି ଦଳ ବିରୋଧ କରିଛନ୍ତି । ତୃଣମୂଳ କଂଗ୍ରେସ, ଡିଏମ୍‌କେ, ଜେଡିଏସ୍‌, ଆମ୍‌ ଆଦ୍‌ମୀ ପାର୍ଟି, ସିପିଆଇ, ସିପିଏମ୍‌ ଓ ଟିଡିପି ବିରୋଧ କରିଛନ୍ତି । ସମାଜବାଦୀ ପାର୍ଟି ଏବଂ ଏଆଇଡିଏମ୍‌କେ ସମର୍ଥନ କଲେ ବି କିଛି ସର୍ତ୍ତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.