ବ୍ଲକ ଅଫିସ କର୍ମଚାରୀଙ୍କୁ ରାଜନୈତିକ ଦଳର କର୍ମୀଙ୍କ ଦୁର୍ବ୍ୟବହାର, ବାଲିଆପାଳ ବ୍ଲକ ସମ୍ମୁଖରେ ବିଡିଓଙ୍କ ସମେତ ୬୦ ଜଣ କର୍ମଚାରୀଙ୍କ ଧାରଣା

ଜଳେଶ୍ବର(କେନ୍ଯୁଜ୍): ବ୍ଲକ ଅଫିସ କର୍ମଚାରୀଙ୍କୁ ରାଜନୈତିକ ଦଳର କର୍ମୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କର୍ମଚାରୀଙ୍କ ଧାରଣା। ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ କାର୍ଯ୍ୟାଳୟ ଆଗରେ ଘଟିଛି ଅପ୍ରୀତିକର ସ୍ଥିତି। ୨୬ତାରିଖରେ ବାଲିଆପାଳ ବ୍ଲକରେ ଭୋଟଗଣତି ପାଇଁ ଷ୍ଟ୍ରଙ୍ଗ ରୁମ ନିକଟରେ ଭୋଟଗଣତି କାଉଣ୍ଟର ବ୍ୟାରିକେଡ ତିଆରି ଚାଲିଥିବା ବେଳେ ବ୍ଲକ ଅଫିସର ଦୁଇଜଣ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ। ଏହାକୁ ଦେଖି ଷ୍ଟ୍ରଙ୍ଗ ରୁମ ନିକଟରେ ଜଗିଥିବା ରାଜନୈତିକ ଦଳର କର୍ମୀମାନେ ଦୁଇ ଜଣ କର୍ମଚାରୀଙ୍କୁ କଣ ପାଇଁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ।

ଏନେଇ ବ୍ଲକ କର୍ମଚାରୀ ଏବଂ କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା। କର୍ମୀମାନେ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ କରି ବିଡିଓଙ୍କ ସମେତ ୬୦ ଜଣ କର୍ମଚାରୀ ବାଲିଆପାଳ ବ୍ଲକ ସମ୍ମୁଖରେ ଧାରଣା ରେ ବସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.