ଭଦ୍ରକ-କରଞ୍ଜିଆ ୫୩ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା

car accidentକେନ୍ଦୁଝର: ଆନନ୍ଦପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ-କରଞ୍ଜିଆ ୫୩ ନମ୍ବର ରାଜ୍ୟ ରାଜପଥ ବାଙ୍ଖିଡି ଛକ ନିକଟରେ ଦୁର୍ଘଟଣା ଘଟିଛି। ଠାକୁରମୁଣ୍ଡାରୁ ଆନନ୍ଦପୁର ଆସୁଥିବା ଗୋଟିଏ କାର୍ ଭାରସାମ୍ୟ ହରାଇ ଗଛକୁ ପିଟିଥିଲା। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ହୋଇଥିବା ଅନ୍ୟ ୪ ଜଣଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତକ ଏବଂ ଆହତ ଦୁଇଟି ପରିବାରର ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ମନୋରମା ତ୍ରିପାଠୀ, ଚିନା ପଣ୍ଡା, ବୈକୁଣ୍ଠ ପଣ୍ଡା ଓ ଲକ୍ଷ୍ମୀପ୍ରିୟା ପଣ୍ଡା। ସୂଚନା ଅନୁଯାୟୀ ଠାକୁରମୁଣ୍ଡାରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରିବା ବେଳେ ଏହି ଦୁର୍ଘଟଣାା ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.