ଚାଲାକ୍ ବିଲେଇ : ଏକ ଘଣ୍ଟା ସାପ ସହ କଲା ଲଢ଼େଇ

ମାଲକାନଗିରି : ସାପ-ବିଲେଇ ଲଢେଇ। କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ସାପକୁ ଘର ଭିତରକୁ ପ୍ରବେଶ କରିବାରେ ଅଟକାଉଛି । ଏଭଳି ଏକ ଘଟଣା ନଜର ଆସିଛି ମାଲକାନଗିରିରେ । ସ୍ଥାନୀୟ ନାକଟି ମନ୍ଦିର ସାହିର ପୋଲିସ କର୍ମଚାରୀ କାର୍ତ୍ତିକ ଗୁଣ୍ଠାଙ୍କ ଘରେ ଏକ ୪ ଫୁଟର ନାଗ ସାପଟି ପଶିବା ପାଇଁ ଉଦ୍ୟମ କରୁଥିଲା । କିନ୍ତୁ କାର୍ତ୍ତିକଙ୍କ ପୋଷା ବିଲେଇ ସାପକୁ ଅଟକାଇଥିଲା। ପାଖାପାଖି ଏକ ଘଣ୍ଟା ଧରି ନାଗ ସାପ ସହ ଲଢେଇ କରିଥିଲା ବିଲେଇ।

ସାପକୁ ଘର ଭିତରକୁ ପଶିବାକୁ ଦେଇନଥିଲା । ପଡୋଶୀ ଏହା ଦେଖି ଘର ମାଲିକଙ୍କୁ ଖବର ଦେଇଥିଲେ। ସ୍ଥାନୀୟ ସ୍ନେକ୍ ହେଲପ ଲାଇନକୁ ଖବର ଦେବା ପରେ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ପୋଷା ବିଲେଇର ଶରୀରରେ ଆଂଶିକ କ୍ଷତି ହୋଇଥିବାରୁ ତାର ପ୍ରାଥମିକ ଚିକିତ୍ସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.