ଭୁବନେଶ୍ବର(କେନ୍ଯୁଜ୍): ବାତ୍ୟା ଜଓ୍ଵାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଆଜି ଆସି ପହଞ୍ଚିବେ କେନ୍ଦ୍ର ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ କରିବେ । ଏହାସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।
ଗୃହ ମନ୍ତ୍ରାଳୟ ଯୁଗ୍ମ ସମ୍ପାଦକ ସୌରଭ ରାୟଙ୍କ ନେତୃତ୍ୱରେ ଏହି ଟିମ ଆସୁଛି । କେନ୍ଦ୍ରୀୟ ଦଳ ତିନିଟିଚ ଟିମ୍ରେ ଭାଗ ହୋଇ ଜିଲ୍ଲା ଗସ୍ତ କରିବେ । ୧୩ ତାରିଖ ଦିନ ତିନି ଟିମ୍ ରାଜ୍ୟ ଅତିଥିଭବନରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।