ରାଜଧାନୀ ଯାତ୍ରୀ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ

bhuvaneshଭୁବନେଶ୍ୱର : ସ୍ମାର୍ଟସିଟି ଭୁବନେଶ୍ୱରରେ ଯାତ୍ରୀ ପରିବହନ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନର ସୂଚନା ମିଳିଛି। ରାଜଧାନୀ ରାଜରାସ୍ତାରୁ ଅଟୋକୁ ହଟାଯିବା ସହ ସିଟି ବସ ସେବାକୁ ସଂପ୍ରସାରିତ କରାଯିବ। ଆଗାମୀ ଦିନରେ ଭୁବନେଶ୍ୱରରେ ଚାଲିବ ୩୦୦ଟି ସିଟି ବସ୍। ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରିତ ଓ ସ୍ମାର୍ଟ କରିବା ପାଇଁ ପ୍ରତ୍ୟେକ ଅଞ୍ଚଳକୁ ସିଟି ବସ ଚଳାଚଳ କରିବ। ୨୦୩୦ ସୁଦ୍ଧା ପର୍ୟ୍ୟନ୍ତ ସଂଖ୍ୟାରେ ଇଲେକ୍ଟ୍ରିକ ସିଟି ବସ ଚଳାଚଳର ଯୋଜନା ଥିବା ବିଏମସି କମିଶନର କହିଛନ୍ତି।

ସେହିପରି ଆଗାମୀ ଦିନରେ ଭୁବନେଶ୍ୱରରେ ଅଟୋ ଚଳାଚଳ ବନ୍ଦ ହେବ। ଆଉ ନୂଆ ଅଟୋର ପଞ୍ଜୀକରଣ କରାଯିବ ନାହିଁ। ତେବେ ଅଟୋ ମହାସଂଘ ଏହାକୁ ବିରୋଧ କରିଛି। ଏଥିଯୋଗୁଁ ବହୁ ଅଟୋ ଚାଳକଙ୍କ ଜୀବନଜୀବିକା ପ୍ରଭାବିତ ହେବ। ଏହାର ପ୍ରତିବାଦରେ ଆଗାମୀ ଦିନରେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.