ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା: ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ଫେରାଇ ଆଣିବାର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ବର(କେନ୍ଯୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ଫେରାଇ ଅଣାଯିବ । ଏନେଇ ସମସ୍ତ ପରିବହନ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ପ୍ରସଙ୍ଗରେ ସମନ୍ଵୟ ରକ୍ଷା ପାଇଁ ଉନ୍ନୟନ କମିଶନର ତଥା ଏସଆରସି ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏସଆରସିଙ୍କ ବ୍ୟତୀତ ନୂଆଦିଲ୍ଲୀ ସ୍ଥିତ ରେସିଡେଣ୍ଟ କମିଶନର ମଧ୍ୟ ସମନ୍ଵୟ ରକ୍ଷା କରିବେ । କେଉଁ ଜିଲ୍ଲାରୁ କେତେ ଜଣ ଛାତ୍ରଛାତ୍ରୀ ଓ ଶ୍ରମିକ ୟୁକ୍ରେନରେ ଅଛନ୍ତି ସେମାନଙ୍କ ପରିବାର ସହ ଯୋଗାଯୋଗ କରି ତଥ୍ୟ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପୂର୍ବରୁ ଏହାପୂର୍ବରୁ ଅମିତ ଶାହଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ କହିଥିଲେ । ବହୁ ସଂଖ୍ୟାରେ ଓଡ଼ିଆ ୟୁକ୍ରେନରେ ଫସିଛନ୍ତି । ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ଆଶ୍ୱାସନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.