ପୋଲାଭରମ ପ୍ରକଳ୍ପ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର : ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୧୦ ତାରିଖରେ ଷ୍ଟପ ୱାର୍କ ଅର୍ଡରକୁ ବର୍ଷକ ପାଇଁ ସ୍ଥଗିତ ରଖିବା ନେଇ କେନ୍ଦ୍ର ପରିବେଶ ଓ ଜଂଗଲ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶକୁ ରଦ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେହିପରି ସୁପ୍ରିମକୋର୍ଟରେ ମାମଲାର ସମାଧାନ ପର୍ୟ୍ୟନ୍ତ ପ୍ରକଳ୍ପ କାର୍ୟ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ। ମଙ୍ଗଳବାର କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ପ୍ରକଳ୍ପର ଷ୍ଟପ୍ ୱାର୍କ ଅର୍ଡରକୁ ପୁଣି ବର୍ଷକ ପାଇଁ ସ୍ଥଗିତ ରଖାଯାଇଥିଲା । ଏସଂପର୍କରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ ଓ କେନ୍ଦ୍ର ଜଳ ସଂପଦ ବିଭାଗକୁ ଚିଠି ଲେଖି ଜଣାଇଥିଲା କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ।

୨୦୧୧ ଫେବ୍ରୁଆରୀ ୮ରେ ଗୋଦାବରୀ ନଦୀରେ ନିର୍ମାଣ ହେଉଥିବା ପୋଲାଭରମ ପ୍ରକଳ୍ପ ଉପରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଷ୍ଟପ୍ ୱାର୍କ ଅର୍ଡର ଲାଗୁ କରିଥିଲା । ପରେ ୨୦୧୫ ଜୁନ ୨୩ରେ ବର୍ଷକ ପାଇଁ ଏହି ଅର୍ଡରକୁ ସ୍ଥଗିତ ରଖିବାକୁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିଲା । ପରବର୍ତ୍ତୀ ସମୟରେ ଲଗାତର ତିନି ବର୍ଷ ହେଲା ଏହି ସ୍ଥଗିତାଦେଶ ଅବଧି ବଢ଼ାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.