ବ୍ରହ୍ମପୁର : ମେଡିକାଲରୁ ନବଜାତକକୁ ଚୋରି ଅଭିଯୋଗ । କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ରାମସା ନାରାୟଣପୁର ଗାଁର ଭିକାରି ନାହାକଙ୍କ ସ୍ତ୍ରୀ ଜ୍ୟୋତି ନାହାକ ଗତକାଲି ବଡମେଡିକାଲରେ ଏକ କନ୍ୟାକୁ ଜନ୍ମ ଦେଇଥିଲେ । ଜ୍ୟୋତିଙ୍କ ମାଆ ଶିଶୁ କନ୍ୟାକୁ ଟିକା ଦେବା ପାଇଁ ଆଉଟଡୋରକୁ ନେଇଥିଲେ । ତାଙ୍କୁ କାଉଣ୍ଟରରୁ ଟିକେଟ ଆଣିବାକୁ ପଠାଇ ଜଣେ ଅଜଣା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ ମାରିଥିଲେ । ଘଟଣା ସଂପର୍କରେ ଖବର ପାଇ ବିଏପୁର ଥାନା ଅଧିକାରୀ ମେଡିକାଲରେ ପହଂଚି ତଦନ୍ତ କରିଛନ୍ତି ।