ଲକ୍ଷ୍ମୀସାଗର କେନାଲରେ ଭାସୁଛି ନବଜାତ ଶିଶୁର ମରଶରୀର, ପୋଲିସର ତଦନ୍ତ ଜାରି

ଭୁବନେଶ୍ବର(କେନ୍ୟୁଜ୍): ଲକ୍ଷ୍ମୀସାଗର କେନାଲରେ ନବଜାତ ଶିଶୁର ମରଶରୀର ଉଦ୍ଧାର। ଆଜି ଅପରାହ୍ନରେ ସ୍ଥାନୀୟ ଲୋକେ ଦେଖି ଲକ୍ଷ୍ମୀସାଗର ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶିଶୁର ମରଶରୀରକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।ପାଣିରେ ପଡି ଶିଶୁର ଶରୀରଟି ସମ୍ପୂର୍ଣ୍ଣ ଭାବେ ଫୁଲି ଯାଇଛି ।

ତେବେ ଶିଶୁର ମରଶରୀର କେଉଁଠୁ ଭାସି ଆସିଛି କି ଆଉ କେହି ଏଠାରେ ଆଣି ପକାଇଛନ୍ତି ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.