୭୬ ବର୍ଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚାରିଆଡୁ ଛୁଟୁଛି ଶୁଭେଛାର ସୁଅ

ଭୁବନେଶ୍ବର(କେନ୍ଯୁଜ୍): ୭୬ ବର୍ଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ନବୀନ । ତେବେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜନ୍ମ ଦିନ ପାଳୁନାହାଁନ୍ତିା ଓଡ଼ିଶାବାସୀଙ୍କ ଭଲ ପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ଋଣୀ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । କୋଭିଡ ଯୋଗୁଁ ଗତ ଦେଢ଼ ବର୍ଷ ହେଲା ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ତେଣୁ ଆଜି ନବୀନ ନିବାସ ନ ଆସି କୋଭିଡରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଏବଂ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସମସ୍ତେ ସାମିଲ ହେଲେ, ତାହା ତାଙ୍କ ପାଇଁ ସବୁଠୁ ବଡ଼ ଶୁଭେଚ୍ଛା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନବୀନ ପଟ୍ଟନାୟକ, ପାଞ୍ଚଥର ମୁଖ୍ୟମନ୍ତ୍ରୀ ହୋଇସାରିଲେଣି। ପ୍ରତି ଥର ବଢିଛି ତାଙ୍କ ଲୋକପ୍ରିୟତା। ଥରେ କି ଦି ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଆପେ ଆପେ ଲୋକପ୍ରିୟତା କମିଯାଏ। ଆଉ ବଦଳି ଯାଆନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ। କିନ୍ତୁ ନବୀନଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦିନେ ରାଜନୀତିରେ ନବୀନ ଥିବା ନବୀନ ଏବେ ପୋଖତ। ଆକ୍ରୋଶମୂଳକ ରାଜନୀତି କରନ୍ତି ନାହିଁ, ତଥାପି ବିରୋଧୀଙ୍କୁ ପ୍ରତି ପ୍ରସଙ୍ଗରେ ମାତ୍‌ ଦେବାରେ ସିଦ୍ଧହସ୍ତ । କଥା କମ୍‌ ଓ କାମ ଅଧିକ, ନବୀନଙ୍କ ମୂଳମନ୍ତ୍ର । ରାଜ୍ୟ ରାଜନୀତିଠାରୁ ଆରମ୍ଭ କରି ଜାତୀୟ ରାଜନୀତିରେ ନିଜର ଦବଦବା ଜାହିର କରିଚାଲିଛନ୍ତି । ସିଧାସାଧା ଚଳଣି ଯୋଗୁଁ ଓଡ଼ିଶାର ସାଢ଼େ ଚାରି କୋଟି ଓଡ଼ିଆଙ୍କ ପାଖରେ ଅତି ପ୍ରିୟ ହୋଇପାରିଛନ୍ତି ନବୀନ ପଟ୍ଟନାୟକ । ୨୦୦୦ ମସିହାରେ ଓଡ଼ିଶା ଏକ ପଛୁଆ ରାଜ୍ୟ ଭାବେ ଗଣାଯାଉଥିଲା। ୨୧ବର୍ଷ ଭିତରେ ଓଡ଼ିଶାର ଚିତ୍ର ବଦଳିଛି। ରାଜସ୍ୱ ନିଅଣ୍ଟ ରାଜ୍ୟରୁ ଏବେ ରାଜସ୍ୱ ବଳକା ରାଜ୍ୟ। ଦିନେ ଖାଦ୍ୟ ପାଇଁ ବାହର ରାଜ୍ୟ ଉପରେ ନିର୍ଭର କରୁଥିଲା ଓଡ଼ିଶା, ଏବେ ଖାଦ୍ୟ ସୁରକ୍ଷାରେ ସ୍ୱାବଲମ୍ବୀ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଅ ଭାବେ ରାଜନୀତିରେ ପ୍ରବେଶ କରିଥିିଲେ ନବୀନ। ୧୯୯୭ରେ ବାପାଙ୍କ ଆସନ ଆସିକାରୁ ଉପ ନିର୍ବାଚନ ଲଢି ପ୍ରଥମେ ଲୋକସଭାକୁ ଯାଇଥିଲେ। ସେତେବେଳେ ଜନତା ଦଳରୁ ଯାଇଥିଲେ ଲୋକସଭା। ବର୍ଷେ ପରେ ଭାଙ୍ଗିଥିଲା ଜନତା ଦଳ। ଗଠନ ହୋଇଥିଲା ବିଜୁ ଜନତା ଦଳ, ବିଜେଡି। ସେତେବେଳେ କେହି ଭାବି ନଥିଲେ, ଜଣେ ଆଞ୍ଚଳିକ ଦଳର ମୁଖିଆ ୫ ଥର ମୁଖ୍ୟମନ୍ତ୍ରୀ ହେବେ। ୧୯୯୮ରେ ବିଜେଡି – ବିଜେପି ସହ ମିଶି ଲଢିଥିଲା ଲୋକସଭା ନିର୍ବାଚନ। ଆସିକାରୁ ପୁଣି ସାଂସଦ ନିର୍ବାଚିତ ହୋଇଥିଲେ ନବୀନ। ବାଜପେୟୀଙ୍କ ସରକାରରେ ହୋଇଥିଲେ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରରେ ସରକାର ଭାଙ୍ଗିବା ପରେ ପୁଣି ଥରେ ୧୯୯୯ ନିର୍ବାଚନ ଜିତି ଲୋକସଭା ଯାଇଥିଲେ। ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜେଡି-ବିଜେପି ସହ ମେଣ୍ଟ କରି ଗଢିଥିଲା ସରକାର। ୬୩-୬୪ ଅନୁପାତରେ ଆସନ ଭାଗବଣ୍ଟା ହେଉଥିଲା। କିନ୍ତୁ ୨୦୦୯ ପରଠାରୁ ଏକାକୀ ଲଢୁଛି ବିଜେଡି, ଆଉ ନବୀନଙ୍କ ଦଳ ଏକାକୀ ଶହେରୁ ଅଧିକ ଆସନ ଜିତୁଛି।

ଲୋକଙ୍କ ସେବାରେ ନିଜକୁ ସେ ଉତ୍ସର୍ଗ କରିିଛନ୍ତି । ସବୁ ବର୍ଗଙ୍କ ପାଇଁ ବିଭିନ୍ନ ଯୋଜନା କରି ସାରା ଭାରତରେ ନବୀନ ବେଶ ଚର୍ଚ୍ଚାରୋ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକଙ୍କ ସେବା ପାଇଁ ନବୀନଙ୍କ ଦୀର୍ଘାୟୁ, ନିରାମୟ ଓ ସୁସ୍ଥ ଜୀବନ କାମନା କରିଛନ୍ତି ମୋଦି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.