ସାପ ଓଗାଳିଲା ଗିଳିଦେଇଥିବା କୁକୁଡା ଅଣ୍ଡା

ଉଦଳା(କେନ୍ୟୁଜ୍): ସାପ ଓଗାଳିଲା ଅଣ୍ଡା। ଏଭଳି ଚିତ୍ର ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ସାନବିଶୋଳ ଗ୍ରାମରେ। ସାନବିଶୋଳ ଗ୍ରାମର ଟୁନୁ ଦଣ୍ଡପାଟଙ୍କ କୁକୁଡା ଭାଡି ନିକଟରେ ଏକ ନାଗ ସାପ ପଶିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ସ୍ନେକ ଲାଇଫ୍ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ ।

ସ୍ନେକ ଲାଇଫ୍ ଲାଇନ ସଦସ୍ୟ ଘଟଣାସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରିବା ପରେ ସାପଟି ଗିଳିଥିବା କୁକୁଡା ଅଣ୍ଡା ସବୁକୁ ଓଗାଳିଥିଲା । ସାପଟି ଗିଳିଥିବା ୮ ଗୋଟି କୁକୁଡା ଅଣ୍ଡା ଓଗାଳିବା ପରେ ଅକ୍ଷତ ଅବସ୍ଥାରେ ତାକୁ ଜଙ୍ଗଲରେ ଛାଡି ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.