ଢେଙ୍କାନାଳ(କେନ୍ଯୁଜ୍) : ଭାଙ୍ଗିଲା କେନାଲ। ଢେଙ୍କାନାଳ କାମାକ୍ଷାନଗର ବାଇସିଙ୍ଘ ଗାଁରେ ଭାଙ୍ଗିଲା ରେଙ୍ଗାଳି ଭାଇପୁର ଶାଖା କେନାଲ। କେନାଲ ଭାଙ୍ଗି ୧୦ଫୁଟର ଘାଇ ସୃଷ୍ଟି ହୋଇଛି। କେନାଲ ପାଣି ଆସି ଗାଁ ଜଳମଗ୍ନ ହୋଇଯାଇଛି। ଫଳରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି।
ସେପଟେ ଗାଁରେ ଏପର୍ଯ୍ଯନ୍ତ କୌଣସି ଅଧିକାରୀ ପହଞ୍ଚିନଥିବାବେଳେ ନିମ୍ନମାନର କାମ ପାଇଁ ଏପରି ହୋଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି।