ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ ବିଧାନସଭାରେ ହଟ୍ଟଗୋଳ: ଦୁଇ ଦିନ ଭିତରେ ଉତ୍ତର ରଖିବାକୁ ଗଣଶିକ୍ଷାମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ବର: ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ ବିଧାନସଭାରେ ହଟ୍ଟଗୋଳ । ନିଷ୍ପତ୍ତି ନ ବଦଳିଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଖାଲି ସେତିକି ନୁହେଁ ବେକ କାଟି ମରିବାକୁ କହିଛନ୍ତି ତାରାପ୍ରସାଦ । ସ୍କୁଲ ବନ୍ଦ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡକାଯାଉ । ଆଲୋଚନା କରି ପଦକ୍ଷେପ ନିଆଯାଉ ବୋଲି ବିରୋଧୀ ଦାବି କରିଛନ୍ତି ।

ଗାଇଡ଼ଲାଇନ ଅନୁଯାୟୀ ସ୍କୁଲ ବନ୍ଦ ହୋଇଛି । ଗାଇଡ଼ଲାଇନରେ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା ରହିଛି । ସରକାର ମନ ଇଚ୍ଛା ସ୍କୁଲ ବନ୍ଦ କରୁନାହାନ୍ତି । ନିୟମ ଅନୁଯାୟୀ ସବୁ କରୁଛନ୍ତି । ବ୍ଲକ, ଜିଲ୍ଲା, ରାଜ୍ୟସ୍ତରରେ ବିଭିନ୍ନ କମିଟି ଗଠନ କରାଯାଇଛି । କମିଟି ନିଷ୍ପତ୍ତି ଆଧାରରେ ସ୍କୁଲ ବନ୍ଦ ନିଷ୍ପତ୍ତି ହୋଇଥିବା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ତେବେ ରାଜ୍ୟରେ ସରକାରୀ ସ୍କୁଲ ବନ୍ଦ କରାଯାଉଛି କାହିଁକି? ସରକାରଙ୍କ କଣ ଚିନ୍ତା ଧାରା ରହିଛି? ଏତେ ପିଲା କେଉଁଠି ପଢ଼ିବେ? ଦୁଇ ଦିନ ମଧ୍ୟରେ ଗୃହରେ ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟୀକରଣ ଦେବାକୁ ବାଚସ୍ପତିଙ୍କ ରୁଲିଂ ଜାରି ହୋଇଛି । ବାଚସ୍ପତିଙ୍କ ରୁଲିଂ ପରେ ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେପି ସଦସ୍ୟ ହଟ୍ଟଗୋଳ କରିଛନ୍ତି । ବିଧାୟକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ଗଣଶିକ୍ଷା ମନ୍ତ୍ରୀ ଗୃହରେ ଉତ୍ତର ରଖିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.