୨ ମାସରୁ ଅଧିକ ହେବ ଦରମା ନଦେଇ ଶ୍ରମିକମାନଙ୍କୁ ହତାଦାର କରୁଛି ଠିକାଦାର, ଚେନ୍ନାଇରୁ ଉଦ୍ଧାର କରିବାକୁ କଲେ ଅନୁରୋଧ

ଟାଙ୍ଗୀ(କେନ୍ୟୁଜ୍):  ଯନ୍ତ୍ରଣା ଦେଉଛି ଦାଦନ ଠିକାଦାର। ୨ ମାସରୁ ଅଧିକ ହେବ ଦରମା ନଦେଇ ଶ୍ରମିକମାନଙ୍କୁ କରୁଛି ହତାଦାର। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ହରିପୁର ଗାଁରୁ ।  ହରିପୁର ଓ  ଏହାର ନିକଟବର୍ତ୍ତୀ ଗାଁର କିଛି ଲୋକଙ୍କୁ କାମକରିବାକୁ ଚେନ୍ନାଇ ନେଇଥିଲେ ଠିକାଦାର ଜଗନ୍ନାଥ ଦାସ।

ସେଠାରେ ତାଙ୍କର ତତ୍ବବଧାନରେ ଚାଲିଥିବା ସାଇଟରେ କାମ କରିବା ପାଇଁ ହରିପୁର ଗ୍ରାମର ୧୪ ଜଣ ଓ ଛୋଟରାପୁର ଗ୍ରାମର ୩ ଜଣ ଶ୍ରମିକ ଓ ରାଜମିସ୍ତ୍ରୀଙ୍କୁ ନେଇଥିଲେ। କିନ୍ତୁ ଗତ ଜୁଲାଇ ମାସରୁ ଏପର୍ଯ୍ୟନ୍ତ ସେମାନଙ୍କୁ ସେହି ଠିକାଦାର କାମ କରାଇ ଦରମା ଦେଇନାହିଁ ।  ଏହା ସହିତ ଖାଇବା ପିଇବା ପାଇଁ ମଧ୍ୟ ବ୍ୟବସ୍ଥା କରୁନାହିଁ ।  ପଇସା ମାଗିଲେ ଦିନ ପରେ ଦିନ ଗଡେଇ ଚାଲିଛି।  ରାଜମିସ୍ତ୍ରୀମାନେ ୨୦୦୦୦ ଓ ଶ୍ରମିକ ମାନେ ୧୨୦୦୦ ଲେଖାଏଁ ପାଉଣା ପାଇନାହାନ୍ତି। ଏବେ ଦୁର୍ଦ୍ଦଶାରେ ଥିବାରୁ  ଶ୍ରମିକମାନେ ସରକାରଙ୍କୁ ଗୁହାରି କରିଛନ୍ତି ସେଠାରୁ ଉଦ୍ଧାର କରିବା ପାଇଁ ଓ ସେମାନଙ୍କ ପାରିଶ୍ରମିକକୁ ପାଇବା ପାଇଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.