ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ, ୮ଦିନରେ ଖାଇସାରିଲାଣି ଦୁଇଟି ଗୋରୁ

ଭଦ୍ରକ (କେନ୍ୟୁଜ୍): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ । ୮ଦିନରେ ଖାଇସାରିଲାଣି ଦୁଇଟି ଗୋରୁ । ବୋଡ଼କ ପଞ୍ଚାୟତ ସାନ ଓରାଳୀ ଠାରେ କୁମ୍ଭୀର ଆତଙ୍କ ଦେଖାଯାଇଛି । ୪ଟି କୁମ୍ଭୀର ଆତଙ୍କ ସୃଷ୍ଟି କରୁଛନ୍ତି । ୮ଦିନ ପୂର୍ବରୁ ଗୋଟିଏ ଗୋରୁ ନଦୀ ପଠାରେ ଚରୁଥିବା ବେଳେ କୁମ୍ଭୀର ଟାଣି ନେଇ ଖାଇ ଦେଇଥିଲା ।

ଗତକାଲି ମଧ୍ୟ ପୁଣି ଗୋଟିଏ ଗାଈକୁ କୁମ୍ଭୀର ଟାଣି ନେଇଥିବା ଜଣପଡ଼ିଛି । କେବଳ ସେତିକି ନୁହେଁ, ଗତକାଲି ରାତିରେ ଗାଁ ଭିତରକୁ ଉଠି ଆସିଥିଲା କୁମ୍ଭୀର । ତେବେ ଗ୍ରାମବାସୀ ସଂଘବଦ୍ଧ ଭାବେ ଗୋଡ଼ାଇବା ପରେ କୁମ୍ଭୀରଟି ନଦୀ ଭିତରକୁ ପଳାଇଯାଇଛି । ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ୫ଟି ଗାଁର ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.