ଖୋର୍ଦ୍ଧା ଧଳାପଥର ଛକରୁ ମୃତ ବଜ୍ରକାପ୍ତା ଜବତ, କାତି ବିକ୍ରି ପାଇଁ ଡିଲ୍‌ କରୁଥିବାବେଳେ ୨ଜଣଙ୍କୁ କାବୁ କଲା ବନବିଭାଗ

ଖୋର୍ଦ୍ଧା(କେନ୍ଯୁଜ୍): ଖୋର୍ଦ୍ଧା ଧଳାପଥର ଛକରୁ ମୃତ ବଜ୍ରକାପ୍ତା ଜବତ। ଦୁଇ ଜଣ ବ୍ୟକ୍ତି ବଜ୍ରକାପ୍ତାର କାତି ବିକ୍ରି ପାଇଁ ଡିଲ୍‌ କରୁଥିବାବେଳେ ମାଡିବସିଲା ଖୋର୍ଦ୍ଧା ବନବିଭାଗ। କାତିର ଓଜନ ୩କେଜିରୁ ଅଧିକ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଆନୁମାନିକ ମୂଲ୍ୟ ୩ରୁ ୪ଲକ୍ଷ୍ୟ ଟଙ୍କା ହେବ।

ବଜ୍ରକାପ୍ତାଟିକୁ ନୟାଗଡ଼ ଭାପୁର ଜଙ୍ଗଲରୁ ଧରିବା ପରେ ତାକୁ ବିକ୍ରି ପାଇଁ ଡିଲ୍‌ କରାଯାଇଥିଲା। ଯୋଜନା ମୁତାବକ ଗତକାଲି ଖୋର୍ଦ୍ଧା ବେଗୁନିଆ ହାଟରେ ବିକ୍ରି କରିବା ପୂର୍ବରୁ ବଜ୍ରକାପ୍ତାର ମୃତ୍ୟୁ ହୋଇଥିଲା। କାତିକୁ ଏକ ବସ୍ତାରେ ପୁରାଇ ବିକ୍ରି ପାଇଁ ଧଳାପଥର ନିକଟରେ ଛିଡା ହୋଇଥିବାବେଳେ ଦୁଇ ଜଣଙ୍କୁ ଗିରଫ କରିଥିଲା। ଗିରଫ ପରେ ୨ ଭାଇଙ୍କୁ କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.