ଗାଧୋଇବା ବେଳେ ପାଣିରେ ବୁଡି ୭୨ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ

ଅନୁଗୋଳ(କେନ୍ୟୁଜ) : କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଗାଁ ର ଧରମୁ ସାମଲ( ୭୨) ଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାଯାଇଛି । ସବୁଦିନ ଭଳି ଗତକାଲି ସେ ଗାଈ ଚରାଇବାକୁ ଯାଇ ନିଖୋଜ ଥିଲେ । ଚୁରଧରା ନାଳରେ ଗାଧୋଉଥିବା ବେଳେ ବଢି ପାଣି ର ସ୍ରୋତରେ ଭାସିଯାଇଥିଲେ।

ତାଙ୍କର କେହି ନଥିବାରୁ ସନ୍ଧ୍ଯା ବେଳେ ଘରକୁ ନଫେରିବାରୁ ଗାଁ ଲୋକେ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳେ ମହିଳାମାନେ ଗାଧୋଇବାକୁ ଯିବାବେଳେ ଡାକୁଆଘାଟ ଠାରେ ଏକ ମୃତଦେହ ଭାସୁଥିବାର ଦେଖି ଖବର ଦେଇଥିଲେ ।

ପରେ ତାଙ୍କ ଝିଅ ବିନା ସାମଲ ସେଠାରେ ପହଞ୍ଚି ଏହା ତାଙ୍କ ବାପାଙ୍କ ମୃତଦେହ ବୋଲି ଚିହ୍ନଟ କରିବା ପରେ ରେଙ୍ଗାଳି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ରେଙ୍ଗାଳି ଥାନାଧିକାରୀ ଏକ ଅପମୃତ୍ୟୁ ମାମଲା ରୁଜୁ କରିବାସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପାଲଲହଡ଼ା ଡାକ୍ତର ଖାନାକୁ ପଠାଇଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.